ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍

0

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଟ୍ରାଏଲ୍ ରନ୍ ହେବ। ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ। ଯେଉଁମାନେ ପରିବାର ସହ ଯାଇ ଦର୍ଶନ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ନାଟମଣ୍ଡପ ଭିତରେ ଭକ୍ତ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ସୁବିଧାରେ ଦର୍ଶନ ପାଇଁ ୬ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ବୋଲି ଏନେଇ ଆଇନ୍ ମନ୍ତ୍ରୀ କହିଛନ୍ତି।

ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ହେବା ମାତ୍ରେ ପରବର୍ତ୍ତୀ ସପ୍ତାହ ଠାରୁ ଗଣିତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନୂତନ ପ୍ରକଳ୍ପ ଯୋଡି ହେବ। ନୂଆ ନକ୍ସାରେ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ମଣ୍ଡପ ରହିବ। ଅନ୍ନ ଯଜ୍ଞ ମାଧ୍ୟମରେ ବିନାମୂଲ୍ୟରେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ଦିଆଯିବ ଓ ଏଥିସହ ସ୍ବଳ୍ପମୂଲ୍ୟରେ ପ୍ରସାଦ ବିକ୍ରି ପାଇଁ ପ୍ରସ୍ତାବ ରହିଛି ଓ ଏଥିପାଇଁ ଖୁବଶୀଘ୍ର କଲଚରାଲ ଆଡଭାଇଜରୀ କମିଟି ଗଠନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.