ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଧରାପଡିଲା ସ୍କୁଲକୁ ବୋମା ଧମକ ଦେଉଥିବା ଅଭିଯୁକ୍ତ

0

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀର ପ୍ରାୟ ସମସ୍ତ ସ୍କୁଲକୁ ବୋମା ଧମକ ଆସୁଥିଲା। ତେବେ ଏହି ଘଟଣାରେ ଦିଲ୍ଲୀ ପୋଲିସ ଜଣେ ଛାତ୍ରଙ୍କୁ ଗିରଫ କରିଛି। ଏହି ଘଟଣା ପଛରେ କେହି ବଡ ବ୍ୟକ୍ତି ନୁହେଁ ବରଂ ଜଣେ ଛାତ୍ର ଥିଲା। ତେବେ ଦିଲ୍ଲୀ ପୋଲିସ ମଙ୍ଗଳବାର ଦିନ କହିଛି ଯେ ବୋମା ଧମକ ପଠାଇବା ପାଇଁ ସମ୍ପ୍ରତି ଗିରଫ ହୋଇଥିବା ଜଣେ ଘରୋଇ ସ୍କୁଲ ଛାତ୍ର ୪୦୦ ରୁ ଅଧିକ ସ୍କୁଲକୁ ବୋମା ଧମକ ପଠାଇଥିଲା। ତାଙ୍କ ପଛରେ ଆଉ କିଏ ଅଛନ୍ତି କି ନାହିଁ, ତାହା ଜାଣିବା ପାଇଁ ପୋଲିସ ସବୁଆଡ଼ୁ ତଦନ୍ତ ଆରମ୍ଭ କରିଛି।

ପୋଲିସ ମୁତାବକ, ପିଲାର ପରିବାର ଏକ ଏନଜିଓ ସହ ଯୋଗାଯୋଗରେ ଥିଲେ। ଏହି ଏନଜିଓ ଅଫଜଲ ଗୁରୁଙ୍କ ଫାଶୀକୁ ବିରୋଧ କରୁଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏକାସାଙ୍ଗରେ ୨୫୦ ସ୍କୁଲକୁ ଯେଉଁ ମେଲ୍ ପଠାଯାଇଥିଲା, ତାହା ପଛରେ ଏହି ଛାତ୍ର ଜଣକ ରହିଛନ୍ତି। କିଛି ଗଭୀର ଷଡଯନ୍ତ୍ର ଅଛି କି ନାହିଁ, ସେ ଦିଗରୁ ବି ପୋଲିସ ତଦନ୍ତ କରୁଛି। କାରଣ, ଛାତ୍ର ଜଣକ ଯେଉଁଭଳି ପ୍ରକାର ଟେକ୍ନିକାଲ୍ ଶବ୍ଦ ବ୍ୟବହାର କରୁଥିଲେ, ତାହା ଜଣେ ଦୁର୍ଦ୍ଦାନ୍ତ ବ୍ୟକ୍ତିଙ୍କର କାମ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି।

ମେଲଗୁଡ଼ିକ ବହୁତ ଉନ୍ନତ ଜ୍ଞାନକୌଶଳ ସହିତ ପଠାଯାଉଥିଲା। ଏହା ପଛରେ ଆତଙ୍କବାଦୀ ଗୋଷ୍ଠୀ ଥାଇପାରେ ବୋଲି ସନ୍ଦେହ କରାଯାଇଥିଲା। ତେବେ ଜଣେ ପିଲା ଏକାକୀ କିପରି ଏହା କରିପାରିବ ବୋଲି ସନ୍ଦେହ ହେବାରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ପୋଲିସ ମୁତାବକ, ଛାତ୍ରଙ୍କ ବାପା ଉକ୍ତ ଏନଜିଓ ସହ ଜଡ଼ିତ। ଛାତ୍ର ଜଣକ ମେଲ୍ ପଠାଇବାରେ ଡାର୍କ ୱେବ୍ ଏବଂ ଭିପିଏନ ବ୍ୟବହାର କରୁଥିଲେ।

Leave A Reply

Your email address will not be published.