ପ୍ରମୁଖ ଖବର

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ
କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ
ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ, ନକଲି ସାକ୍ଷାତକାର ବେଳେ ୩ ଗିରଫ
ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟର, ୮ ନକ୍ସଲ ନିପାତ
ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା

ରାଜଭବନ ଛକରେ ସିରଜି ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

0

ଭୁବନେଶ୍ୱର: ରାଜଭବନ ଛକରେ ଶନିବାର ସିରିଜ ଦୁର୍ଘଟଣା ଘଟିଛି। ରାଜଭବନ ଛକରେ ସିରଜି ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛ। ଏକ କାର ଗୋଟିଏ ବାଇକ୍‌କୁ ଘୋଷାଡ଼ି ନେବା ସହ ଦ୍ରୁତ ଗତିରେ ଯାଇ ଆଉ ଏକ ବାଇକୁ ପିଟିଥିଲା। ବାଇକକୁ ପିଟିବା ପରେ ରାଜଭବନ ଛକ ଡିଭାଇଡର ଉପରକୁ କାରଟି ଚଢ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ଜଣ ଗୁରୁତର ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।

ସୂଚନାନୁଯାୟୀ, ସର୍କିଟ ହାଉସରୁ ଏକ ଆଇ୨୦ କାର୍‌ ସିଧାସଳଖ ରାଜଭବନରୁ ଭୁଲ ପଟରେ ଗୋପବନ୍ଧୁ ଛକକୁ ଯିବାକୁ ଅଗ୍ରସର ହେଉଥିଲା। ଗୋପବନ୍ଧୁ ଛକରୁ ଗୋଟିଏ ବାଇକ୍‌ ଆସୁଥିଲା। ଉଭୟ ଗାଡ଼ିର ମଧ୍ୟରେ ଦୁର୍ଘଟଣା ଘଟିଥିଲା। ପରେ ଅନ୍ୟ ଏକ ବାଇକ୍‌କୁ(ଏଜି ଛକରୁ) ଆସିଥିବା କାର୍‌ଟି ଧକ୍କା ଦେଇଥିଲା। ତେବେ କାର୍‌ ଚାଳକଜଣଙ୍କ ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି।

Leave A Reply

Your email address will not be published.