ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ରାଜଭବନ ଛକରେ ସିରଜି ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

0

ଭୁବନେଶ୍ୱର: ରାଜଭବନ ଛକରେ ଶନିବାର ସିରିଜ ଦୁର୍ଘଟଣା ଘଟିଛି। ରାଜଭବନ ଛକରେ ସିରଜି ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛ। ଏକ କାର ଗୋଟିଏ ବାଇକ୍‌କୁ ଘୋଷାଡ଼ି ନେବା ସହ ଦ୍ରୁତ ଗତିରେ ଯାଇ ଆଉ ଏକ ବାଇକୁ ପିଟିଥିଲା। ବାଇକକୁ ପିଟିବା ପରେ ରାଜଭବନ ଛକ ଡିଭାଇଡର ଉପରକୁ କାରଟି ଚଢ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ଜଣ ଗୁରୁତର ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।

ସୂଚନାନୁଯାୟୀ, ସର୍କିଟ ହାଉସରୁ ଏକ ଆଇ୨୦ କାର୍‌ ସିଧାସଳଖ ରାଜଭବନରୁ ଭୁଲ ପଟରେ ଗୋପବନ୍ଧୁ ଛକକୁ ଯିବାକୁ ଅଗ୍ରସର ହେଉଥିଲା। ଗୋପବନ୍ଧୁ ଛକରୁ ଗୋଟିଏ ବାଇକ୍‌ ଆସୁଥିଲା। ଉଭୟ ଗାଡ଼ିର ମଧ୍ୟରେ ଦୁର୍ଘଟଣା ଘଟିଥିଲା। ପରେ ଅନ୍ୟ ଏକ ବାଇକ୍‌କୁ(ଏଜି ଛକରୁ) ଆସିଥିବା କାର୍‌ଟି ଧକ୍କା ଦେଇଥିଲା। ତେବେ କାର୍‌ ଚାଳକଜଣଙ୍କ ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି।

Leave A Reply

Your email address will not be published.