ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ସ୍ତ୍ରୀ ଆଗରେ ନିଜ ଦେହରେ ନିଆଁ ଲଗାଇଲେ ସ୍ୱାମୀ

0

ବେଙ୍ଗାଲୁରୁ: ସ୍ତ୍ରୀ ଘର ଆଗରେ ନିଜ ଦେହରେ ନିଆଁ ଲଗାଇ ସ୍ୱାମୀ ଜୀବନ୍ତ ଦଗ୍ଧ। ଏଭଳି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁର ଜ୍ଞାନଭାରତୀ ଅଞ୍ଚଳରେ ଘଟିଛି। ଗୁରୁବାର ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି। ସ୍ତ୍ରୀଙ୍କୁ ମନାଇ ନ ପାରି ଶେଷରେ ନିଜକୁ ଜାଳିଦେଇଛନ୍ତି ସ୍ବାମୀ। ସ୍ତ୍ରୀ ରହୁଥିବା ଘର ଆଗରେ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି ସ୍ୱାମୀ। ମୃତକ ହେଲେ କର୍ନାଟକର ମଞ୍ଜୁନାଥ(୩୯)। ମଞ୍ଜୁନାଥ କୁନିଗଲ ସହରର ବାସିନ୍ଦା ଥିଲେ ଏବଂ ସେ ଜଣେ କ୍ୟାବ୍ ଚାଳକ ଥିଲେ ତାଙ୍କ ସ୍ତ୍ରୀ ଛାଡପତ୍ର ଆବେଦନ ପ୍ରତ୍ୟାହାର ନ କରିବାରୁ ଆତ୍ମହତ୍ୟା କରିଛନ୍ତି।

ପୋଲିସ ସୂଚନା ମୁତାବକ, ୨୦୧୩ରେ ମଞ୍ଜୁନାଥ ବିବାହ କରିଥିଲେ। ପରେ ସେମାନେ ବେଙ୍ଗାଲୁରୁ ଆସି ଏକ ଫ୍ଲାଟରେ ରହୁଥିଲେ। ତାଙ୍କର ଏକ ୯ ବର୍ଷର ପୁଅ ଅଛନ୍ତି। ହେଲେ ବିଭିନ୍ନ କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଏନେଇ ସ୍ତ୍ରୀ-ସ୍ୱାମୀ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ। ମଞ୍ଜୁନାଥ ଦୁଇ ବର୍ଷରୁ ଅଧିକ ସମୟ ଦୂରରେ ରହିବା ପରେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ହେଲେ ମଞ୍ଜୁନାଥ ସ୍ତ୍ରୀଙ୍କ ବାସଭବନକୁ ଯାଇ ଛାଡପତ୍ର ପ୍ରକ୍ରିୟା ଆଗକୁ ନ ବଢ଼ାଇବାକୁ ବୁଝାଇବାକୁ ଚେଷ୍ଟା କଲେ। ହେଲେ ସ୍ତ୍ରୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ମଞ୍ଜୁନାଥ ଭାଙ୍ଗି ପଡି ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ମଞ୍ଜୁନାଥଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମଞ୍ଜୁନାଥଙ୍କ ମୃତ୍ୟୁ ପାଇ ସ୍ତ୍ରୀଙ୍କୁ ଦାୟୀ କରି ପରିବାର ଲୋକେ ଥାନାରେ ଏକ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.