ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବାରବାଟୀ ଦିନିକିଆ ପାଇଁ ଅନଲାଇନ ଓ ଅଫଲାଇନ ଟିକେଟ ବିକ୍ରି

0

କଟକ: ଭାରତ ବନାମ ଇଂଲଣ୍ଡ ମ୍ୟାଚ୍ ଏକଦିବସୀୟ ବାରବାଟୀ ଷ୍ଟାଡିଅମରେ ଖେଳାଯିବ। ଏଥିପାଇଁ ୨ ଫେବ୍ରୁଆରୀ ଜୋମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪ ହଜାର ଅନଲାଇନ ଟିକେଟ। ସେହିପରି କ୍ରିକେଟ୍‌ପ୍ରେମୀମାନେ ଆସନ୍ତା ୫ଓ ୬ରେ କାଉଣ୍ଟରରୁ ଟିକେଟ୍‌ କିଣିପାରିବେ। ଅଫଲାଇନରେ ଟିକେଟ୍ ବିକ୍ରି ସକାଳ ୯ ଟାରୁ ୬ଟା ପର୍ଯ୍ୟନ୍ତ କରାଯିବ।
ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏଥିସହ ଚଳିତ ଥର ଷ୍ଟାଡିୟମରେ ଫ୍ୟାନ୍‌ ପାର୍କର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କ୍ରୀଡ଼ା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନଲାଇନ୍ ମୋଡରେ ବିକ୍ରି ହେବ ପ୍ରାୟ ୪ ହଜାର ଟିକେଟ୍। ଅନଲାଇନ୍ ବୁକ୍ କରିଥିବା ବ୍ୟକ୍ତି ମାନେ ଫେବୃଆରୀ ମାସ ୭, ୮, ୯ ତାରିଖରେ ଅନଲାଇନ ଟିକେଟର ହାର୍ଡ କପି ସଂଗ୍ରହ କରି ପାରିବେ। ଭୁବନେଶ୍ୱର କେମ୍ବ୍ରିଜ ସ୍କୁଲ ଓ କିଟ୍ ବିଶ୍ଵବିଦ୍ୟାଳୟର କାଉଣ୍ଟରରୁ ସଂଗ୍ରହ କରିବେ ଅନଲାଇନ୍ ବୁକିଂର ହାର୍ଡ କପି। ୭ ଓ ୮ ତାରିଖରେ ପୂର୍ବାହ୍ନ ୧୦ ଟାରୁ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଏବଂ ୯ ତାରିଖ ଦିନ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ କାଉଣ୍ଟର। ଏହି ଦୁଇଟି ସ୍ଥାନରେ ତିନୋଟି ଲେଖାଏଁ କାଉଣ୍ଟର ରହିବ।
ଦୀର୍ଘ ୩ ବର୍ଷ ପରେ ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଫ୍ରେବ୍ରୁଆରୀ ୯ ରେ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ସିରିଜର ଦ୍ୱିତୀୟ ମୁକାବିଲା। ଏହି ଏକଦିବସୀୟ ମ୍ୟାଚକୁ କିପରି ସୁରକ୍ଷିତ ଭାବରେ ଆୟୋଜିତ କରାଯିବ ସେନେଇ ଆଜି ପୋଲିସ କମିଶନରଙ୍କ ସମେତ ଡିସିପି, ଅଗ୍ନିଶମ ଅଧିକାରୀ ଷ୍ଟାଡିଅମ ବୁଲି ସମୀକ୍ଷା କରିଛନ୍ତି। ପୋଲିସ କମିଶନର ଓ ଅଗ୍ନିଶମ ଅଧିକାରୀଙ୍କୁ ନେଇ ଉଭୟ ଷ୍ଟାଡିଅମ ଭିତର ପାର୍ଶ୍ଵ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି।

Leave A Reply

Your email address will not be published.