କଟକ: ଭାରତ ବନାମ ଇଂଲଣ୍ଡ ମ୍ୟାଚ୍ ଏକଦିବସୀୟ ବାରବାଟୀ ଷ୍ଟାଡିଅମରେ ଖେଳାଯିବ। ଏଥିପାଇଁ ୨ ଫେବ୍ରୁଆରୀ ଜୋମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪ ହଜାର ଅନଲାଇନ ଟିକେଟ। ସେହିପରି କ୍ରିକେଟ୍ପ୍ରେମୀମାନେ ଆସନ୍ତା ୫ଓ ୬ରେ କାଉଣ୍ଟରରୁ ଟିକେଟ୍ କିଣିପାରିବେ। ଅଫଲାଇନରେ ଟିକେଟ୍ ବିକ୍ରି ସକାଳ ୯ ଟାରୁ ୬ଟା ପର୍ଯ୍ୟନ୍ତ କରାଯିବ।
ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏଥିସହ ଚଳିତ ଥର ଷ୍ଟାଡିୟମରେ ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କ୍ରୀଡ଼ା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନଲାଇନ୍ ମୋଡରେ ବିକ୍ରି ହେବ ପ୍ରାୟ ୪ ହଜାର ଟିକେଟ୍। ଅନଲାଇନ୍ ବୁକ୍ କରିଥିବା ବ୍ୟକ୍ତି ମାନେ ଫେବୃଆରୀ ମାସ ୭, ୮, ୯ ତାରିଖରେ ଅନଲାଇନ ଟିକେଟର ହାର୍ଡ କପି ସଂଗ୍ରହ କରି ପାରିବେ। ଭୁବନେଶ୍ୱର କେମ୍ବ୍ରିଜ ସ୍କୁଲ ଓ କିଟ୍ ବିଶ୍ଵବିଦ୍ୟାଳୟର କାଉଣ୍ଟରରୁ ସଂଗ୍ରହ କରିବେ ଅନଲାଇନ୍ ବୁକିଂର ହାର୍ଡ କପି। ୭ ଓ ୮ ତାରିଖରେ ପୂର୍ବାହ୍ନ ୧୦ ଟାରୁ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଏବଂ ୯ ତାରିଖ ଦିନ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ କାଉଣ୍ଟର। ଏହି ଦୁଇଟି ସ୍ଥାନରେ ତିନୋଟି ଲେଖାଏଁ କାଉଣ୍ଟର ରହିବ।
ଦୀର୍ଘ ୩ ବର୍ଷ ପରେ ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଫ୍ରେବ୍ରୁଆରୀ ୯ ରେ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ସିରିଜର ଦ୍ୱିତୀୟ ମୁକାବିଲା। ଏହି ଏକଦିବସୀୟ ମ୍ୟାଚକୁ କିପରି ସୁରକ୍ଷିତ ଭାବରେ ଆୟୋଜିତ କରାଯିବ ସେନେଇ ଆଜି ପୋଲିସ କମିଶନରଙ୍କ ସମେତ ଡିସିପି, ଅଗ୍ନିଶମ ଅଧିକାରୀ ଷ୍ଟାଡିଅମ ବୁଲି ସମୀକ୍ଷା କରିଛନ୍ତି। ପୋଲିସ କମିଶନର ଓ ଅଗ୍ନିଶମ ଅଧିକାରୀଙ୍କୁ ନେଇ ଉଭୟ ଷ୍ଟାଡିଅମ ଭିତର ପାର୍ଶ୍ଵ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି।
ପ୍ରମୁଖ ଖବର
‘ଜୁନ୍ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’
ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
ପୁରଣ ହେବ ୧୫ଟି ବିଶ୍ୱବିଦ୍ୟାଳୟର ଭିସି ପଦବୀ
ନୀରବ ମୋଦିଙ୍କ ବେଲ୍ ଆବେଦନ ଖାରଜ
ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର