ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ସଂସଦୀୟ କମିଟି ବୈଠକରେ ହଟ୍ଟଗୋଳ ପାଇଁ ୧୦ ଏମ୍‌ପି ନିଲମ୍ବିତ

0

ନୂଆଦିଲ୍ଲୀ; ଆଜି ସଂସଦ ପରିସରରେ ୱାକଫ ସଂଶୋଧନ ବିଲ୍, ୨୦୨୪ ଉପରେ ମିଳିତ ସଂସଦୀୟ କମିଟି (ଜେପିସି)ର ଏକ ବୈଠକ ବସିଥିବା ବେଳେ ଏଥିରେ ହଙ୍ଗାମା କରିଥିଲେ ବିରୋଧୀ ସାଂସଦ। ଯେଉଁଥିରେ ଅଧ୍ୟକ୍ଷ ଅତିଷ୍ଟ ହୋଇ ପରିଶେଷରେ ବିରୋଧୀ ଦଳର ୧୦ ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ।ବୈଠକ ପୂର୍ବରୁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ, ଡ୍ରାଫ୍ଟ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅଧ୍ୟୟନ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉନାହିଁ। ଆଜି ଭାଜପା ଏମ୍‌ପି ଜଗଦମ୍ବିକା ପାଲଙ୍କ ନେତୃତ୍ୱାଧୀନ ଜେପିସି କଶ୍ମୀରର ମୀରୱାଇଜ ଉମର ଫାରୁକଙ୍କ ନେତୃତ୍ୱାଧୀନ ପ୍ରତିନିଧିମଣ୍ଡଳୀଙ୍କ ମତ ଶୁଣିବାର ଥିଲା।

ବୈଠକରେ ହଟ୍ଟଗୋଳ ପରେ ୱାକଫ ସଂଶୋଧନ ବିଲ ୨୦୨୪ ଉପରେ ମିଳିତ ସଂସଦୀୟ କମିଟି ବୈଠକରୁ ସମସ୍ତ ୧୦ଜଣ ବିରୋଧୀ ଏମ୍‌ପିଙ୍କୁ ଦିନକ ପାଇଁ ନିଲମ୍ବିତ କରାଯାଇଥିଲା।ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ, ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓଏସୀ, କଂଗ୍ରେସର ନାସିର ହୁସେନ, ମୋଦ୍ ଜାଓ୍ବେଦ୍ (କଂଗ୍ରେସ), ଏ ରାଜା (ଡିଏମକେ), ମୋହିବୁଲ୍ଲା (ସମାଜବାଦୀ ପାର୍ଟି), ଏମ ଅବଦୁଲ୍ଲା (ଡିଏମକେ), ଅରବିନ୍ଦ ସାୱନ୍ତ (ଶିବସେନା ୟୁବିଟି), ନାଦିମ ଉଲ ହକ (ଟିଏମସି) ଏବଂ ଇମ୍ରାନ ମାସୁଦ (କଂଗ୍ରେସ), ୧୦ ବିରୋଧୀ ସାଂସଦ ରହିଛନ୍ତି। ସଂସଦ ପରିସରରେ ବୈଠକ ବେଳେ ହଙ୍ଗାମା କରିବାରୁ ଏମାନଙ୍କୁ ଦିନକ ପାଇଁ ସସ୍‌ପେଣ୍ଡ୍‌ କରାଯାଇଛି ।

Leave A Reply

Your email address will not be published.