ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସଂସଦୀୟ କମିଟି ବୈଠକରେ ହଟ୍ଟଗୋଳ ପାଇଁ ୧୦ ଏମ୍‌ପି ନିଲମ୍ବିତ

0

ନୂଆଦିଲ୍ଲୀ; ଆଜି ସଂସଦ ପରିସରରେ ୱାକଫ ସଂଶୋଧନ ବିଲ୍, ୨୦୨୪ ଉପରେ ମିଳିତ ସଂସଦୀୟ କମିଟି (ଜେପିସି)ର ଏକ ବୈଠକ ବସିଥିବା ବେଳେ ଏଥିରେ ହଙ୍ଗାମା କରିଥିଲେ ବିରୋଧୀ ସାଂସଦ। ଯେଉଁଥିରେ ଅଧ୍ୟକ୍ଷ ଅତିଷ୍ଟ ହୋଇ ପରିଶେଷରେ ବିରୋଧୀ ଦଳର ୧୦ ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ।ବୈଠକ ପୂର୍ବରୁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ, ଡ୍ରାଫ୍ଟ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅଧ୍ୟୟନ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉନାହିଁ। ଆଜି ଭାଜପା ଏମ୍‌ପି ଜଗଦମ୍ବିକା ପାଲଙ୍କ ନେତୃତ୍ୱାଧୀନ ଜେପିସି କଶ୍ମୀରର ମୀରୱାଇଜ ଉମର ଫାରୁକଙ୍କ ନେତୃତ୍ୱାଧୀନ ପ୍ରତିନିଧିମଣ୍ଡଳୀଙ୍କ ମତ ଶୁଣିବାର ଥିଲା।

ବୈଠକରେ ହଟ୍ଟଗୋଳ ପରେ ୱାକଫ ସଂଶୋଧନ ବିଲ ୨୦୨୪ ଉପରେ ମିଳିତ ସଂସଦୀୟ କମିଟି ବୈଠକରୁ ସମସ୍ତ ୧୦ଜଣ ବିରୋଧୀ ଏମ୍‌ପିଙ୍କୁ ଦିନକ ପାଇଁ ନିଲମ୍ବିତ କରାଯାଇଥିଲା।ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ, ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓଏସୀ, କଂଗ୍ରେସର ନାସିର ହୁସେନ, ମୋଦ୍ ଜାଓ୍ବେଦ୍ (କଂଗ୍ରେସ), ଏ ରାଜା (ଡିଏମକେ), ମୋହିବୁଲ୍ଲା (ସମାଜବାଦୀ ପାର୍ଟି), ଏମ ଅବଦୁଲ୍ଲା (ଡିଏମକେ), ଅରବିନ୍ଦ ସାୱନ୍ତ (ଶିବସେନା ୟୁବିଟି), ନାଦିମ ଉଲ ହକ (ଟିଏମସି) ଏବଂ ଇମ୍ରାନ ମାସୁଦ (କଂଗ୍ରେସ), ୧୦ ବିରୋଧୀ ସାଂସଦ ରହିଛନ୍ତି। ସଂସଦ ପରିସରରେ ବୈଠକ ବେଳେ ହଙ୍ଗାମା କରିବାରୁ ଏମାନଙ୍କୁ ଦିନକ ପାଇଁ ସସ୍‌ପେଣ୍ଡ୍‌ କରାଯାଇଛି ।

Leave A Reply

Your email address will not be published.