ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ୱନ ଅବଧି

0

ଭୁବନେଶ୍ବର: ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି। ଆଜି ତାଙ୍କର ୧୨୦ ଦିନିଆ ନିଲମ୍ବନ ଅବଧି ଶେଷ ହେଉଥିବା ବେଳେ ପୁଣି ୬୦ ଦିନ ନିଲମ୍ବନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ସୂଚନା ଅନୁସାରେ, ରାଜେଶ ପଣ୍ଡିତଙ୍କ ନିଲମ୍ବନକୁ ନେଇ ଗତ ୨୨ ତାରିଖରେ ରିଭ୍ୟୁ କମିଟି ସମୀକ୍ଷା କରିଥିଲା। ସମୀକ୍ଷା ବୈଠକରେ ତାଙ୍କ ବିରୋଧରେ ଥିବା ତଥ୍ୟ ଓ ଦସ୍ତାବିତର ଅନୁଧ୍ୟାନ କରିବା ପରେ ପୁଣି ଥରେ ତାଙ୍କ ନିଲମ୍ବନ ଅବଧିକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସର୍ବଭାରତୀୟ ପୁଲିସ ସେବାର ଜଣେ ସଦସ୍ୟ ଭାବେ ଗୁରୁତର ଖରାପ ଆଚରଣ କରିବା ଅଭିଯୋଗରେ ଉତ୍ତମରାଓଙ୍କୁ ଚାକିରିରୁ ରାଜ୍ୟ ସରକାର ନିଲମ୍ବନ କରିଥିଲେ।

ସୂଚନା ଯୋଗ୍ୟ, ଗତବର୍ଷ ଜୁଲାଇ ୩୦ ତାରିଖରେ ୨୦୦୭ ବ୍ୟାଚ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ନିଜ କ୍ଷମତାର ଅପବ୍ୟବହାର କରି ୨୦୨୪ ଜୁଲାଇ ୨୭ ତାରିଖରେ କ୍ୟାପିଟାଲ ଥାନା ପରିସରରେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ପ୍ରେମ ନିବେଦନ କରିବା ତାଙ୍କୁ ମହଙ୍ଗା ପଡ଼ିଥିଲା। ଭାରତୀୟ ପୋଲିସ ସେବା ଆଇନର ଉଲ୍ଲଂଘନ ଅଭିଯୋଗରେ ଶ୍ରୀ ପଣ୍ଡିତଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ଭାବରେ ପ୍ରଥମେ ୬୦ ଦିନ ନିଲମ୍ବିତ ହୋଇଥିଲେ ଶ୍ରୀ ପଣ୍ଡିତ। ପରେ ସେପ୍ଟେମ୍ବର ୨୮ରେ ତାଙ୍କର ନିଲମ୍ବନ ଅବଧି ୧୨୦ ଦିନ ପାଇଁ ବୃଦ୍ଧି କରାଯାଇଥିଲା। ଏବେ ପୁଣି ତାଙ୍କର ନିଲମ୍ବନ ଅବଧି ବଢାଯାଇଛି।

Leave A Reply

Your email address will not be published.