ପ୍ରମୁଖ ଖବର

ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ: ନବୀନଙ୍କୁ ଚିଠି ଲେଖି ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ବିଜେଡି ନେତା ରାଜା ଚକ୍ରଙ୍କ ୧୦ ସ୍ଥାନରେ ଚଢାଉ
ମାଧବୀ ପୁରୀ ବୁଚ୍‌ଙ୍କୁ ମିଳିଲା ଆଶ୍ଵସ୍ତି, ରୁଜୁ ହେବ ନାହିଁ ଏଫଆଇଆର୍
ସନ୍ତୋଷ ଦେଶମୁଖ ହତ୍ୟା ମାମଲାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧନଞ୍ଜୟ ମୁଣ୍ଡେ
ମାର୍ଚ୍ଚ ୫ ପାଳନ ହେବନି ପଞ୍ଚାୟତିରାଜ ଦିବସ, ଖୋଲା ରହିବ ସମସ୍ତ ସ୍କୁଲ
ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଫାଇନାଲରେ ଟିମ୍ ଇଣ୍ଡିଆ
ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ: ଫିଜିକାଲ ଟେଷ୍ଟ ବେଳେ ୨ ଆଶାୟୀଙ୍କ ମୃତ୍ୟୁ: ୪ ଲକ୍ଷ ଅନୁକମ୍ପା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର
ବଳବତ୍ତର ରହିଲା ବିଷ୍ଣୁପଦଙ୍କ ଅନ୍ତରୀଣ ସୁରକ୍ଷା

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ରେୱା

0

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ‘ରେଓ୍ବା’ର ମୃତ୍ୟୁ ଘଟିଛି। ଗତ ୨୫ ତାରିଖରେ ରେୱା ୩ୟ ଥର ମାଆ ହୋଇଥିଲା। ପ୍ରସବକାଳୀନ ଅସୁସ୍ଥତା ଯୋଗୁ ରେଓ୍ବାର ୮ ବର୍ଷ ବୟସରେ ମୃତ୍ୟୁ ହୋଇଛି। ତେବେ ରେଓ୍ବାର ମୃତ୍ୟୁ ପରେ ନନ୍ଦନକାନନରେ ଏବେ ସିଂହ ସଂଖ୍ୟା କମି ୨୩ରେ ପହଞ୍ଚିଛି। ମଧ୍ୟପ୍ରଦେଶରୁ ଏହି ଏସୀୟ ସିଂହୀ ରେୱା ଆସିଥିଲା। ୩ୟ ଥର ମାଆ ହେବା ସହ ୩ଟି ଛୁଆକୁ ଜନ୍ମ ଦେଇଥିଲା ରେୱା । ୨୦୨୦ ଡିସେମ୍ବରରେ ରେୱାକୁ ମଧ୍ୟପ୍ରଦେଶରୁ ନନ୍ଦନକାନନକୁ ଅଣାଯାଇଥିଲା।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରୁ ଆସିଥିବା ଏସୀୟ ସିଂହୀ ରେଓ୍ବା ତା’ର ତୃତୀୟ ଗର୍ଭରୁ ନନ୍ଦନକାନନରେ ଶନିବାର ୩ ଛୁଆ ଜନ୍ମ ଦେଇଥିଲା। ସେ ରହୁଥିବା ଫିଡିଂ ଚାମ୍ବରରେ ସକାଳ ୯ଟା ୩୩ରେ ପ୍ରଥମ ଛୁଆ ଜନ୍ମ କରିଥିଲା। କିନ୍ତୁ, ଦୁର୍ଭାଗ୍ୟବଶତଃ ପ୍ରଥମ ଛୁଆଟି ମୃତଛୁଆ ଜନ୍ମ ହୋଇଥିଲା। ସାଢ଼େ୯ଟାରୁ ୩ଟା ୪୫, ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ରେଓ୍ବା ଆଉ ପ୍ରସବ କରିନଥିଲା। ଏହା ଜାଣିବା ପରେ ପରବର୍ତ୍ତୀ ପ୍ରସବ ପାଇଁ ରଓ୍ବୋକୁ ୩ଟା ୪୫ରେ ଅକ୍ସିଟୋସିନ ଦିଆଯାଉଥିଲା। ଏହାପରେ ୩ଟା ୫୮ରେ ଆଉ ଗୋଟିଏ ଛୁଆ ଜନ୍ମ କରିଥିଲା। ପରେ ପ୍ରାୟ ୨ଘଣ୍ଟା ପରେ ୫ଟା ୫୬ରେ ତୃତୀୟ ଛୁଆଟିକୁ ଜନ୍ମ ଦେଇଥିଲା।

Leave A Reply

Your email address will not be published.