ପ୍ରମୁଖ ଖବର

ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର
ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌
୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ବନ୍ଧୁକ ସହ ୧୦ଟି କଟୁରୀ ଜବତ
ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଟ୍ରାଫିକ୍ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ପାଟଣାଗଡ଼ ପାର୍ସଲ ବୋମା ଘଟଣା ୪ ସପ୍ତାହ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

0

ପାଟଣାଗଡ଼: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବିଚାର ପ୍ରକ୍ରିୟା ବିଲମ୍ବ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଚାରି ସପ୍ତାହ ମଧ୍ୟରେ ମାମଲା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ହାଇକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶୁଣାଣି ଶେଷ ପାଇଁ କହିଥିଲେ । ଆଉ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ୪ ସପ୍ତାହରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ସୌମ୍ୟଶେଖର ସାହୁ ଓ ରିମା ସାହୁଙ୍କ ବାହାଘରର ଗିଫ୍ଟ ଖୋଲିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ନବବଧୂ ରିମା ସାହୁ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିଲେ।
ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ପୁଞ୍ଜିଲାଲ୍‌ ପିଏଚ୍‌ଡି ପାଇଁ ଥେସିସ୍‌ ପ୍ରଦାନ କରିବା, ସାମ୍ବାଦିକତା ଓ ଗଣଯୋଗାଯୋଗ ପାଇଁ ଚତୁର୍ଥ ସେମିଷ୍ଟାର ପରିକ୍ଷା ଦେବା ସହିତ ଶରୀର ଅସୁସ୍ଥ ଥିବା ଆଦି କାରଣ ଦର୍ଶାଇ ଜାମିନ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ତାଙ୍କୁ ଜାମିନ ଦେଇ ନ ଥିଲେ।

ଏହି ମାମଲା ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ବିଚାରାଧୀନ ରହିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରାଯାଇଥିଲା। ପୁଞ୍ଜିଲାଲଙ୍କ ଆବେଦନକୁ ବିଚାର କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା। ଅଭିଯୁକ୍ତ ପୁଞ୍ଜିଲାଲ ବଲାଙ୍ଗୀର ଜିଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଆସୁଛନ୍ତି ।

Leave A Reply

Your email address will not be published.