ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

କାର୍ଯ୍ୟରେ ଅବହେଳା ପାଇଁ ଦେବଗଡ଼ ପୌରାଧ୍ୟକ୍ଷା ବହିଷ୍କୃତ

0

ଦେବଗଡ଼: ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈଙ୍କୁ ବହିଷ୍କାର କଲେ ସରକାର। ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଥିଲା । ଜିଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶାନ୍ତିମଞ୍ଜରୀ ଦେଇ ଅଯୋଗ୍ୟ ଘୋଷିତ ହେବା ସହ ତାଙ୍କୁ ତତ୍କାଳ କାର୍ଯ୍ୟରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟପାଳଙ୍କ ଆଦେଶ ଅନୁଯାୟୀ ଏକ ଚିଠି ଜାରି କରାଯାଇଛି।

କାର୍ଯ୍ୟରେ ଅବହେଳା ପାଇଁ ଅଧ୍ୟକ୍ଷ ପଦରୁ ବହିଷ୍କୃତ ହୋଇଛନ୍ତି। ଦେଓଗଡ଼ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁସାରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କ ବିରୁଦ୍ଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ରହିଥିଲା। ଅଭିଯୋଗ ଆଧାରରେ ରାଜ୍ୟ ସରକାର ଗତ ନଭେମ୍ବର ୧୧ ତାରିଖରେ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ନୋଟିସ ଜାରି କରିଥିଲେ।

ସେହିପରି ପୌର ପରିଷଦ ଅଧ୍ୟକ୍ଷା ଜାଣିଶୁଣି ନୀତି ନିୟମ ଏବଂ ଆଇନ ଉଲ୍ଲଙ୍ଘନ କରିବା ସହ ଗାଇଡଲାଇନକୁ ଅମାନ୍ୟ କରିଥିବା ରାଜ୍ୟ ସରକାର ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରୁ ଅନୁଭବ କରିଥିଲେ। ଫଳରେ ତାଙ୍କ ବିରୁଦ୍ଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଅପସାରଣ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.