ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ବଣାଇ: ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀଙ୍କ ଅମାପ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ସକାଳୁ ସକାଳୁ ବଣାଇ ପିଏ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ଚଢାଉ ବେଳେ ପୁଳାପୁଳା ପ୍ଲଟ୍‌, ଫ୍ଲାଟ୍ ଓ ସୁନା ଜବତ କରିଛି ଭିଜିଲାନ୍ସ। ଏବେବି ଚଢାଉ ଜାରି ରହିଥିବା ବେଳେ ଆଗକୁ ଆହୁରି ସମ୍ପତ୍ତି ଠାବ ହେବା ନେଇ ଆଶଙ୍କା ରହୁଛି।
ସୂଚନା ଅନୁସାରେ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଅଧିକାରୀଙ୍କ ସରକାରୀ ଘର ଏବଂ ବାସଭବନରେ ଚାଲିଛି ରେଡ୍। ଚଢାଉ ବେଳେ ଇଭୋସ୍ ଗାଲାକ୍ସିରେ ଫ୍ଲାଟ୍ ପାଇଁ ୧୫.୭୫ଲକ୍ଷ ଆଡ୍‌ଭାନ୍ସ ଦେଇଥିଲେ ପିଏ ବାବୁ। ଏହାଛଡା ଚଢାଉ ବେଳେ ଭୁବନେଶ୍ବରରୁ ୨ଟି ଫ୍ଲାଟ୍, ଓଲ୍ଡଟାଉନରେ ୨ ମହଲା କୋଠା, ଭୁବନେଶ୍ବର ଓ ପୁରୀରେ ୯ଟି ଦାମୀକିଆ ଫ୍ଲାଟ୍, ୧୫୦ ଗ୍ରାମ ସୁନା, ବ୍ୟାଙ୍କ ଜମା ଓ ନଗଦ ୨ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ।

ଭୁବନେଶ୍ଵରର ୩ଟି ସ୍ଥାନ ସମେତ ବାଲେଶ୍ଵର, ଯାଜପୁର ଓ ବଣାଇର ଦୁଇଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ। ପୁରୁଣା ଭୁବନେଶ୍ଵର ଶ୍ରୀରାମ ନଗର ଅଞ୍ଚଳରୁ ଏକ ଦୁଇ ମହଲା କୋଠା, ଭୁବନେଶ୍ଵର ଲକ୍ଷ୍ମୀସାଗର ଅଂଚଳରେ ଗୋଟିଏ ଫ୍ଲାଟ, ଖାରବେଳନଗର ୟୁନିଟ ୩ ଅଞ୍ଚଳରେ ଗୋଟିଏ ଫ୍ଲାଟ, ବାଲେଶ୍ଵର ଏସଏନ ସେନ ରୋଡ ଅଂଚଳରେ ଗୋଟିଏ ଫ୍ଲାଟ, ଯାଜପୁର ସମ୍ପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ। ସେହିପରି ସୁନ୍ଦରଗଡ଼ ବଣାଇରେ ଥିବା ସରକାରୀ ବାସଭବନ ଏବଂ ଆଇଟିଡିଏ ଅଫିସରେ ରେଡ୍ କରୁଛି ଭିଜିଲାନ୍ସ । ଚଢାଉରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି ଏବଂ ୧୦ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି।

Leave A Reply

Your email address will not be published.