ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ

0

ଭୁବନେଶ୍ବର: ରାଜଧାନୀରେ ସକାଳୁ ଘଟିଛି ଏକ ବଡ଼ ଅଘଟଣ। ମୋ ବସ୍‌ ଧକ୍କାରେ ନାବଳିକାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳିକାଙ୍କ ବୟସ ୧୩ ବର୍ଷ ବୋଲି ଜଣାପଡିଛି।

ରଘୁନାଥପୁର ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ଓ ବାଉଁଶ ପକାଇ ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ମଧ୍ୟ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ବତଃ ପ୍ରବୃତ୍ତ ଭାବେ ଗ୍ରାମବାସୀଙ୍କ ସହ ରାସ୍ତାରୋକରେ ସାମିଲ ହୋଇଛନ୍ତି। ନାବାଳିକା ଜଣଙ୍କ ଫୁଲ ତୋଳି ସାଇକେଲ ଯୋଗେ ଯିବା ପାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଭୁବନେଶ୍ୱରରୁ ନନ୍ଦନକାନନ ଅଭିମୁଖେ ଆସୁଥିବା ମୋ ବସ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲ। ସ୍ଥାନୀୟ ଲୋକେ ୩ଟି ମୋ ବସ୍ କୁ ଅଟକ ରଖିଛନ୍ତି। ଏହାସହ ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରାଯାଇଛି।
ଲଗାତାର କିଛି ଦିନ ଧରି ରାଜଧାନୀରେ ‘ମୋ ବସ୍‌’ ଦୁର୍ଘଟଣା ଘଟାଇ ଚାଲିଛି। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଅନେକ ଜୀବନ ଗଲାଣି। କିଛି ଦିନ ତଳେ ଡମଣା ଛକରେ ‘ମୋ ବସ୍‌’ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ଯୁବତୀ ଜଣକ ହାତ ହରାଇଥିଲେ। ଏହାପରେ କଡ଼ାକଡ଼ି ହୋଇଥିଲା ନିୟମ। ଗାଡ଼ିର ବେଗ ୪୦ କିଲୋମିଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ବି କହିଥିଲେ। ହେଲେ ଏହାକୁ ଖାତିର କରୁନାହାନ୍ତି ‘ମୋ ବସ୍ ‘ ଡ୍ରାଇଭର। ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଦୁର୍ଘଟଣା ବଢିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ‘ମୋ ବସ୍ ‘ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟିଗଲାଣି।

Leave A Reply

Your email address will not be published.