ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ

0

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଜୀବନରୁ ମାରି ଦେବାକୁ ଆସିଲା ଧମକ। ଅଜଣା ନମ୍ବରରୁ ଜୟଦେବଙ୍କୁ ଆସୁଛି ଏକ ଧମକପୂର୍ଣ୍ଣ କଲ୍‌ । ୫୦ ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କୁ ଫୋନ୍ ଯୋଗେ ଧମକ ମିଳିଥିବା ଜଣାପଡ଼ିଛି। ୫୦ ଲକ୍ଷ ଦିଅ ନହେଲେ ତମକୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଛନ୍ତି ଦୁର୍ବୃତ୍ତ । ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ରଖି ନିଜର ଅସହାୟତା ପ୍ରକାଶ କରିଛନ୍ତି ଜୟଦେବ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ପୋଲିସ ତଦନ୍ତ ପାଇଁ ଦାବି କରିଛନ୍ତି ଜୟଦେଵ ଜେନା। ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଇନ ଶୃଙ୍ଖଳା ପରିସ୍ଥିତିର ଗୁମର ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ଜୟଦେବ ଜେନା। ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ଜୟଦେବ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ବିଟ୍ କରି ଅଭିଯୋଗ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟଦେବ ଜେନା।

ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି ଯେ କଂଗ୍ରେସ ଛାତ୍ର ନେତା ଉଦିତଙ୍କୁ ଭେଟି ଫେରିଲା ବେଳକୁ ମୋତେ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ସେପଟୁ ଜଣେ ବ୍ୟକ୍ତି ମୋତେ କହିଥିଲେ ୫୦ ଲକ୍ଷ ଟଙ୍କା ଦିଅ ନ ହେଲେ ବହୁତ ଅସୁବିଧା ହେବ। ମୁଁ ପଚାରିଥିଲି କଣ ଅସୁବିଧା ହେବ ମାରଦେବ କି ? ସେପଟୁ ଉତ୍ତର ଆସିଥିଲା ହଁ ମାରିଦବୁ। ମୁଁ ତାଙ୍କୁ କହିଥିଲି ମୋତେ ୭୩ ବର୍ଷ ମାରିଦେଲେ ମାରିଦିଅ ପଛେ କିନ୍ତୁ ପଇସା ଦେଇ ମୁଁ ବଞ୍ଚିବି ନାହିଁ। ତାପରେ ସେମାନେ ମୋତେ ୫୦ ହଜାର ଟଙ୍କା ମାଗିଥିଲେ। ଏହା ପରେ ମୁଁ ଫୋନ କାଟି ଥାନାର ଦ୍ବାରସ୍ଥ ହୋଇଥିଲି। ଏନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜ୍ୟରେ ଖାସକରି ରାଜଧାନୀରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛି।

Leave A Reply

Your email address will not be published.