ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସୋନୁ ସୁଦ୍‌ଙ୍କ ନାଁରେ ଗିରଫ ପରଓ୍ବାନା ଜାରି

0

ଲୁଧିଆନା: ବଲିଉଡ଼ ଅଭିନେତା ସୋନୁ ସୁଦ୍‌ଙ୍କ ନାଁରେ ଜାରି ହୋଇଛି ଗିରଫ ପରଓ୍ବାନା। ଏକ ଠକେଇ ମାମଲାରେ ସାକ୍ଷ୍ୟ ଦେବାକୁ ହାଜର ନ ହେବାରୁ ଅଦାଲତ ଗୁରୁବାର ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।

ସୂଚନା ଅନୁସାରେ, ଲୁଧିଆନାର ଓକିଲ ରାଜେଶ ଖାନ୍ନାଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ, ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ତାଙ୍କ ସହ ୧୦ ଲକ୍ଷ ଟଙ୍କାର ଠକେଇ କରିଛନ୍ତି। ଓକିଲ କହିଛନ୍ତି ଯେ, ମୋହିତ ଶୁକ୍ଳା ତାଙ୍କୁ ଏକ ନକଲି ‘ରିଜିକା ମୁଦ୍ରା’ରେ ନିବେଶ କରିବାକୁ ଉସୁକାଇଥିଲେ ଏବଂ ଏହି ମାମଲାରେ ସୋନୁ ସୁଦଙ୍କୁ ସାକ୍ଷୀ ଦେବାର ଥିଲା। ହେଲେ ସେ ଏହାର କୌଣସି ଉତ୍ତର ରଖିନଥିଲେ କି କୋର୍ଟରେ ମଧ୍ୟ ହାଜର ହୋଇନଥିଲେ। ଯେଉଁଥିପାଇଁ ଏବେ ଲୁଧିଆନା କୋର୍ଟ ସୋନୁଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି।

କୋର୍ଟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, “ସୋନୁ ସୁଦଙ୍କୁ ସମନ କିମ୍ବା ୱାରେଣ୍ଟ ପ୍ରଦାନ କରାଯାଇଛି କିନ୍ତୁ ସେ କୋର୍ଟରେ ହାଜର ହୋଇନାହାଁନ୍ତି। ସୋନୁ ସୁଦଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଉଛି”। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୦ ଫେବୃଆରୀ ସୁଦ୍ଧା ଗିରଫ କରିବା ସହି ୱାରେଣ୍ଟ ଫେରାଇବାକୁ ଲେଖିଛନ୍ତି। ଏହା ସହ ୱାରେଣ୍ଟ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାର ଉତ୍ତର ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଯଦି ଗିରଫ କରିବା ସମ୍ଭବ ନ ହୁଏ ତେବେ କାହିଁକି ଗିରଫ କରା ଗଲା ନାହିଁ ତାର କାରଣ ଦର୍ଶାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଫେବୃଆରୀ ୧୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.