ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

0

ଭୁବନେଶ୍ବର: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଶୁକ୍ରବାର ଡୁମୁଡୁମାରେ ନୂଆ ଶ୍ମଶାନ ଭୂମିର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ମାର୍ଟ ସିଟି ଭୁବନେଶ୍ୱର କ୍ରମାଗତ ସବୁ କ୍ଷେତ୍ରରେ ଉନ୍ନତି କରୁଥିବାବେଳେ ମୃତ୍ୟୁପରେ ମଣିଷର ସମ୍ମାନ ଓ ତାଙ୍କ ପରିବାରର ସୁବିଧା ନିଶ୍ଚିତ କରିବାକୁ ସରକାର ଦୃଢ଼ ସଂକଳ୍ପବଦ୍ଧ। ଏହି ପରିପ୍ରେକ୍ଷୀରେ ଡୁମୁଡୁମାରେ ନିର୍ମିତ ହେବାକୁ ଥିବା ନୂଆ ଶ୍ମଶାନ ଭୂମି ୧.୫୮ ଏକର ଜମିରେ ବିସ୍ତୃତ ହେବ ଏବଂ ଏହା ମୋଟ ୪.୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତୁତ ହେବ।

ଏଥିରେ ଅପେକ୍ଷା କରିବା ପାଇଁ ବଡ଼ ହଲ୍, ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଅଲଗା ପୋଷାକ ପରିବର୍ତ୍ତନ କକ୍ଷ, ପ୍ରଶାସନିକ ଭବନ, ଜଳାଶୟ ଏବଂ ଦାହ ସଂସ୍କାର ପାଇଁ ଆଧୁନିକ ବିଦ୍ୟୁତ/ଗ୍ୟାସ ଭଳି ବ୍ୟବସ୍ଥା ରହିବ। ଅନ୍ୟପଟେ ସମସ୍ତଙ୍କ ସୁବିଧା ସକାଶେ, ଏହି ସ୍ମଶାନରେ ରାମ୍ପ ଏବଂ ସାଇନେଜ୍ ବ୍ୟବସ୍ଥା ରହିବ। ଏଠି ଗାଡ଼ି ପାର୍କିଂ ପାଇଁ, ସୁରକ୍ଷା ସୁବ୍ୟବସ୍ଥା ରହୁଥିବାବେଳେ ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଏକ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଣାଳୀ ମଧ୍ୟ ରହିବ।

Leave A Reply

Your email address will not be published.