ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଭାରତ ଇଂଲଣ୍ତ ଦିନିକିଆ ମ୍ୟାଚ: ଟିକେଟ୍ କଳାବଜାରୀରେ ୭ ଗିରଫ

0

କଟକ: ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ। ଏହି ଦିନିକିଆ ମ୍ୟାଚର ଟିକେଟ ନେବା ନେଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି । କିନ୍ତୁ ଟିକେଟ ନେବା ପରେ ସେହି ଟିକେଟ ଏବେ ବଜାରରେ କଳାବଜାରୀ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ ସହ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଭଳିସ୍ଥିତିରେ ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଟିକେଟ କଳାବଜାରୀ ଅଭିଯୋଗରେ ପୋଲିସ ୭ଜଣଙ୍କୁ ଗିରଫ କରିଛି।

ସୁଚନା ଅନୁଯାୟୀ; ୧୧ ଶହ ଟଙ୍କିଆ ଟିକଟ ବିକ୍ରି ହେଉଥିଲା ୬ରୁ ୭ ହଜାର ଟଙ୍କାରେ। ଡିଲ୍ ବେଳେ ସାଦା ପୋଷାକରେ ଥିବା ପୋଲିସ ମାଡ଼ି ବସିଲା। ଟଙ୍କା ଓ ଟିକଟ ଜବତ କରିଛି ପୋଲିସ। କାଉଣ୍ଟରରେ ଟିକେଟ ବିକ୍ରି ବେଳେ ପ୍ରବଳ ଭିଡ଼ ହୋଇଥିଲା। ଏହାକୁ ଦେଖି ପୋଲିସ ସନ୍ଦେହ କରିଥିଲା। ପରେ ୭ ଜଣଙ୍କ ଉପରେ ସନ୍ଦେହ କରି ସେମାନଙ୍କୁ ଅଟକ ରଖିଛି ପୋଲିସ।

ସେପଟେ ବାରବାଟୀ ମ୍ୟାଚ ପାଇଁ ବ୍ଲାକରେ ଟିକେଟ ବିକ୍ରି ପାଇଁ ଫେକବୁକ ଓ ଓଏଲଏକ୍ସରେ କେତେକ ଲୋକ ଏହାର ବିଜ୍ଞାପନ ଦେଇଛନ୍ତି। ଚଢ଼ା ଦର ବି ରଖିଛନ୍ତି। ଯାହାର ଦରକାର, ଅଧିକ ଟଙ୍କା ଦେଲେ ସେମାନେ ଟିକଟ ପାଇ ପାରିବେ ବୋଲି ମଧ୍ୟ କୁହାଯାଇଛି। ୪ଟି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ଗିରଫ ଅଭିଯୁକ୍ତଙ୍କଠାରୁ ୨୫ଟି ଟିକେଟ ସହ ୩୦ ହଜାର ଟଙ୍କା ଜବତ କରିଛି। ଏନେଇ ଦରଘାବଜାର ଥାନାରେ ହୋଇଥିବା ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ କ୍ୟାଣ୍ଟନମେଣ୍ଟ ଥାନାରେ ହୋଇଥିବା ୩ ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ କରଛି। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.