ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ବାରବାଟୀରେ ଭାରତର ଦମଦାର ବିଜୟ

0

୪ ଓ୍ବିକେଟରେ ହାରିଲା ଇଂଲଣ୍ଡ

କଟକ: ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚକୁ ୪ ଉଇକେଟରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଭାରତ। ସିରିଜର ଅନ୍ତିମ ମ୍ୟାଚ ବାକି ଥିଲେ ମଧ୍ୟ ଭାରତ ୨-୦ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୦୪ ରନ କରି ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ ରଖିଥିଲା ବେଳେ ଏହାକୁ ପିଛା କରି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପାର କରିଥିଲା ଟିମ ଇଣ୍ଡିଆ । ତେବେ କ୍ୟାପଟେନ ରୋହିତ ଶର୍ମାଙ୍କ ଶତକ ଭାରତ ପାଇଁ ବିଜୟ ଆଣିଦେଇଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିବା ସହ ଦମଦାର ଶତକ ହାସଲ କରିଥିଲେ। ୯୦ ବଲ ଖେଳିଥିବା ରୋହିତ ୧୨ ଚୌକା ଓ ୭ ଛକା ମାରି ଭାରତ ବିଜୟରେ ମୁଖ୍ୟ ନାୟକ ସାଜିଥିଲେ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୦୪ ରନ କରି ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ ରଖିଥିଲା ବେଳେ ଏହାକୁ ପିଛା କରି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପାର କରିଥିଲା ଟିମ ଇଣ୍ଡିଆ। ୩୦୫ ରନର ପିଛା କରୁଥିବା ଭାରତ ୪୪.୩ ଓଭରରେ ୬ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲେ। ଆରମ୍ଭରୁ ହିଁ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ବିସ୍ପୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଉଭୟ ଖେଳାଳି ବାରବାଟୀରେ ଛକା ଓ ଚଉକା ବର୍ଷା କରିଥିଲେ। ୧୩ ଓଭର ୪ ବଲରେ ପାର୍ଟନରସିପରେ ୧୦୦ ରନ କରିଥିଲେ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମା ଓ ଶୁଭମନ ଗିଲ୍। ଶୁଭମନ ଗିଲ ଅର୍ଦ୍ଧଶତକ କରି ଆଉଟ ହୋଇଯାଇଥିବା ବେଳେ ରୋହିତ ଶତକ ହାସଲ କରିଥିଲେ ।

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୧୧୯ ରନ୍ କରିଛନ୍ତି। ଶୁଭମନ ଗିଲ୍ ୬୦ ରନ୍ ରହିଛନ୍ତି । ରବିନ୍ଦ୍ର ଜଡେଜା ୩ ଓ୍ବିକେଟ୍ ନେଇଛନ୍ତି। ଇଂଲଣ୍ଡର ଜୋ ଋଟ୍ ୬୯, ଡକେଟ୍ ୬୫ ରନ୍ କରିଛନ୍ତି। ଜେମୀ ଓଭର୍ଟର୍ଣ୍ଣଙ୍କୁ ୨ଟି ଓ୍ବିକେଟ୍ ମିଳିଛି। ତୃତୀୟ ଦିନିକିଆ ୧୨ ଫେବୃୟାରୀରେ ଅହମଦାବାଦରେ ଖେଳାଯିବ।

Leave A Reply

Your email address will not be published.