ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ବାରବାଟୀରେ ଭାରତର ଦମଦାର ବିଜୟ

0

୪ ଓ୍ବିକେଟରେ ହାରିଲା ଇଂଲଣ୍ଡ

କଟକ: ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚକୁ ୪ ଉଇକେଟରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଭାରତ। ସିରିଜର ଅନ୍ତିମ ମ୍ୟାଚ ବାକି ଥିଲେ ମଧ୍ୟ ଭାରତ ୨-୦ରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୦୪ ରନ କରି ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ ରଖିଥିଲା ବେଳେ ଏହାକୁ ପିଛା କରି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପାର କରିଥିଲା ଟିମ ଇଣ୍ଡିଆ । ତେବେ କ୍ୟାପଟେନ ରୋହିତ ଶର୍ମାଙ୍କ ଶତକ ଭାରତ ପାଇଁ ବିଜୟ ଆଣିଦେଇଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିବା ସହ ଦମଦାର ଶତକ ହାସଲ କରିଥିଲେ। ୯୦ ବଲ ଖେଳିଥିବା ରୋହିତ ୧୨ ଚୌକା ଓ ୭ ଛକା ମାରି ଭାରତ ବିଜୟରେ ମୁଖ୍ୟ ନାୟକ ସାଜିଥିଲେ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୦୪ ରନ କରି ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ ରଖିଥିଲା ବେଳେ ଏହାକୁ ପିଛା କରି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପାର କରିଥିଲା ଟିମ ଇଣ୍ଡିଆ। ୩୦୫ ରନର ପିଛା କରୁଥିବା ଭାରତ ୪୪.୩ ଓଭରରେ ୬ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲେ। ଆରମ୍ଭରୁ ହିଁ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ବିସ୍ପୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଉଭୟ ଖେଳାଳି ବାରବାଟୀରେ ଛକା ଓ ଚଉକା ବର୍ଷା କରିଥିଲେ। ୧୩ ଓଭର ୪ ବଲରେ ପାର୍ଟନରସିପରେ ୧୦୦ ରନ କରିଥିଲେ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମା ଓ ଶୁଭମନ ଗିଲ୍। ଶୁଭମନ ଗିଲ ଅର୍ଦ୍ଧଶତକ କରି ଆଉଟ ହୋଇଯାଇଥିବା ବେଳେ ରୋହିତ ଶତକ ହାସଲ କରିଥିଲେ ।

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୧୧୯ ରନ୍ କରିଛନ୍ତି। ଶୁଭମନ ଗିଲ୍ ୬୦ ରନ୍ ରହିଛନ୍ତି । ରବିନ୍ଦ୍ର ଜଡେଜା ୩ ଓ୍ବିକେଟ୍ ନେଇଛନ୍ତି। ଇଂଲଣ୍ଡର ଜୋ ଋଟ୍ ୬୯, ଡକେଟ୍ ୬୫ ରନ୍ କରିଛନ୍ତି। ଜେମୀ ଓଭର୍ଟର୍ଣ୍ଣଙ୍କୁ ୨ଟି ଓ୍ବିକେଟ୍ ମିଳିଛି। ତୃତୀୟ ଦିନିକିଆ ୧୨ ଫେବୃୟାରୀରେ ଅହମଦାବାଦରେ ଖେଳାଯିବ।

Leave A Reply

Your email address will not be published.