ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବାରବାଟୀ ଷ୍ଟାଡିୟମରେ ପ୍ରତିବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍

0

କଟକ: ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚବେଳେ ଅଧଘଣ୍ଟା ଧରି ପଡ଼ିଆ ଅନ୍ଧାର ରହିଲା। ସମଗ୍ର ବିଶ୍ୱ ମ୍ୟାଚର ସିଧାପ୍ରସାରଣ ଦେଖୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ନିମିଷକରେ ଧୂଳିସାତ ହୋଇଗଲା ବର୍ଷ ବର୍ଷ ଧରି ଓଡ଼ିଶା ସାଉଁଟିଥିବା କ୍ରାଡ଼ା ଜଗତରେ ସୁନାମ। ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ବାରବାଟୀ ଅନ୍ଧାର ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଏହି ଘଟଣା ଉପରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିସ୍ତୃତ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଫ୍ଲଡ୍ ଲାଇଟ୍ ଖରାପ ହେବା ଘଟଣାକୁ ଛାଡିଦେଲେ ବାକି ସବୁକିଛି ଯୋଜନା ମୁତାବକ ଚାଲିଥିଲା। ଏହି ଘଟଣାରେ ଓଡ଼ିଶା କ୍ରୀଡ଼ା ବିଭାଗ ପକ୍ଷରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ୧୦ ଦିନ ମଧ୍ୟରେ ସ୍ପଷ୍ଟୀକରଣ ମଗାଯାଇଛି। ପ୍ରତିବର୍ଷ ଐତିହାସିକ ସ୍ଥାନରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଆବଣ୍ଟନ କରିବାକୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ଅନୁରୋଧ କରିବେ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ କ୍ରୀଡ଼ା ମନ୍ତ୍ରୀ। କିନ୍ତୁ ଭବିଷ୍ୟତରେ ଏହାର ପୁନରାବୃତ୍ତି ନହେବା ଏବଂ ଷ୍ଟାଡିୟମ୍ ଶୀଘ୍ର ନିୟମିତ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିବ ବୋଲି ଆଶା ପ୍ରକାଶ କରିଥିଲେ।

Leave A Reply

Your email address will not be published.