ଭୁବନେଶ୍ୱର: ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଂଗ୍ରେସର ସଂକଳ୍ପ ପଦଯାତ୍ରା। ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ହେବ। ଏହାପରେ ପୁଣି ଲିଙ୍ଗିପୁରରୁ ପିପିଲି ପର୍ଯ୍ୟନ୍ତ ଏହି ସଂକଳ୍ପ ପଦଯାତ୍ରା ଯିବ। ସଫଳ ଓଡିଶାର ରୂପାୟନ ସହ ଓଡିଶାର ଉନ୍ନତି କାମନା କରି ଏହି ପଦଯାତ୍ରା ହେଉଥିବା ବେଳେ ଏଥିରେ ସାମିଲ ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି, ପିସିସି ସଭାପତି ଭକ୍ତ ଦାସ।
ଫେବୃଆରୀ ୨୦ ତାରିଖ ଯାଏଁ ଚାଲିବ କଂଗ୍ରେର ଏହି ସଂକଳ୍ପ ପଦଯାତ୍ରା।ଏଥିପାଇଁ ପଦଯାତ୍ରାରେ ସମନ୍ବୟ ରକ୍ଷା ପାଇଁ ୧୭ ଜଣିଆ କମିଟି ଗଠନ ହୋଇଛି। ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୫ ବିଧାୟକ ଅଛନ୍ତି। ରମେଶ ଜେନା, ଦାଶରଥୀ ଗମାଙ୍ଗ, ସି ଏସ ରାଜନ ଏକ୍କା , କାଡ୍ରାକା ଆପାଲା ସ୍ୱାମୀ ଓ ଅଶୋକ କୁମାର ଦାସ ସଦସ୍ୟ ଅଛନ୍ତି। ବରିଷ୍ଠ ଓ ଯୁବ ନେତୃତଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି। ଏହି କମିଟିରେ ଅଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ପିସିସି ସଭାପତି ଦାୟିତ୍ୱ ନେବା ପରେ ଭକ୍ତ ଚରଣ ଦାସ ସଭାପତିଙ୍କ ଏହା ହେଉଛି ପ୍ରଥମ କମିଟି। ଏହି ପଦ ଯାତ୍ରାରେ ସବୁ ପାର୍ଟି ନେତା ଓ କ୍ୟାଡରଙ୍କୁ ଆହ୍ବାନ ଦେଇଛନ୍ତି ଭକ୍ତ ଚରଣ ଦାସ। ଆସନ୍ତା ୨୦ରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେବ ଦଳ।
ପ୍ରମୁଖ ଖବର
MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍ ଲିକ୍ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା: ଗଛରେ ପିଟିହେଲା ବସ୍, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ