ଭୁବନେଶ୍ୱର: ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଂଗ୍ରେସର ସଂକଳ୍ପ ପଦଯାତ୍ରା। ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ହେବ। ଏହାପରେ ପୁଣି ଲିଙ୍ଗିପୁରରୁ ପିପିଲି ପର୍ଯ୍ୟନ୍ତ ଏହି ସଂକଳ୍ପ ପଦଯାତ୍ରା ଯିବ। ସଫଳ ଓଡିଶାର ରୂପାୟନ ସହ ଓଡିଶାର ଉନ୍ନତି କାମନା କରି ଏହି ପଦଯାତ୍ରା ହେଉଥିବା ବେଳେ ଏଥିରେ ସାମିଲ ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି, ପିସିସି ସଭାପତି ଭକ୍ତ ଦାସ।
ଫେବୃଆରୀ ୨୦ ତାରିଖ ଯାଏଁ ଚାଲିବ କଂଗ୍ରେର ଏହି ସଂକଳ୍ପ ପଦଯାତ୍ରା।ଏଥିପାଇଁ ପଦଯାତ୍ରାରେ ସମନ୍ବୟ ରକ୍ଷା ପାଇଁ ୧୭ ଜଣିଆ କମିଟି ଗଠନ ହୋଇଛି। ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୫ ବିଧାୟକ ଅଛନ୍ତି। ରମେଶ ଜେନା, ଦାଶରଥୀ ଗମାଙ୍ଗ, ସି ଏସ ରାଜନ ଏକ୍କା , କାଡ୍ରାକା ଆପାଲା ସ୍ୱାମୀ ଓ ଅଶୋକ କୁମାର ଦାସ ସଦସ୍ୟ ଅଛନ୍ତି। ବରିଷ୍ଠ ଓ ଯୁବ ନେତୃତଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି। ଏହି କମିଟିରେ ଅଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ପିସିସି ସଭାପତି ଦାୟିତ୍ୱ ନେବା ପରେ ଭକ୍ତ ଚରଣ ଦାସ ସଭାପତିଙ୍କ ଏହା ହେଉଛି ପ୍ରଥମ କମିଟି। ଏହି ପଦ ଯାତ୍ରାରେ ସବୁ ପାର୍ଟି ନେତା ଓ କ୍ୟାଡରଙ୍କୁ ଆହ୍ବାନ ଦେଇଛନ୍ତି ଭକ୍ତ ଚରଣ ଦାସ। ଆସନ୍ତା ୨୦ରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେବ ଦଳ।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ