ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବାଣ ନିଆଁରେ ଜଳିଗଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ

0

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦାରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ବାହାଘର ପ୍ରୋସେସନ୍ ବେଳେ ବାଣ ନିଆଁ ପଡି ଜଗନ୍ନାଥଙ୍କ ରଥରେ ନିଆଁ ଲାଗି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।

ବହୁ ପୁରାତନ ସୁକିନ୍ଦା ଗଡ଼ ଜଗନ୍ନାଥ ମନ୍ଦିରରେ ରଥଯାତ୍ରାରେ ବ୍ୟବହୃତ ରଥଟି ରଥଯାତ୍ରା ପରେ ମନ୍ଦିର ସମ୍ମୁଖରେ ରହିଥିଲା। ରାତିରେ ଏକ ବାହାଘର ପ୍ରୋସେସନ୍ ଯାଉଥିବାବେଳେ ରଥ ଉପରେ ନିଆଁ ପଡି ଯାଇ ଜଳି ଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥି​‌ଲେ। ରଥର ଅଧିକାଂଶ ଅଂଶ ଜଳି ଯାଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.