ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ରକ୍ତାକ୍ତ ଅବସ୍ଥାରେ ଛାତ୍ରୀ ଉଦ୍ଧାର

0

ସମ୍ବଲପୁର: ସମ୍ବଲପୁର ବୁର୍ଲାର ଅଞ୍ଚଳରୁ ଜଣେ ଛାତ୍ରୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି ବୁର୍ଲା ପୁଲିସ। ତାଙ୍କୁ ବୁର୍ଲା ହସ୍ପିଟାଲ କାଜୁଆଲଟିରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉଦ୍ଧାର ଛାତ୍ରୀ ବୁର୍ଲାର ଲାଇବ୍ରେରୀ ସାଇନ୍ସ ବିଭାଗର ଅଟନ୍ତି। ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ବୋଲି ସୂଚନା ମିଳିଛି। ୧୦ରୁ ୧୨ ଜଣ ଦୁର୍ବୃତ୍ତ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ। ଘଟଣାରେ ସମ୍ବଲପୁର ପୋଲିସ ତନାଘନା ଆରମ୍ଭ କରିଛି।

ପୋଲିସ ସୂତ୍ରରୁ ମିଳିଥିବା ସୁଚନା ଅନୁସାରେ, ଛାତ୍ରୀ ଜଣଙ୍କ ମେଟାକାନୀ ରାସ୍ତା ପାଖ ପଡ଼ିଆରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ୨ଟି ଅଟୋରିକ୍ସାରେ ପ୍ରାୟ ୧୦ ରୁ ୧୨ ଜଣ ଲୋକ ସଂପୃକ୍ତ ଛାତ୍ରୀଙ୍କ ସହ ଘଟଣା ସ୍ଥଳରେ ଓହ୍ଲାଇଥିଲେ ଏବଂ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଜଣେ ଏକ ପଥରରେ ତାଙ୍କ ମୁଣ୍ଡକୁ ପିଟି ଦେବା ଫଳରେ କପାଳରୁ ରକ୍ତସ୍ରାବ ହୋଇଥିଲା। କେହି କିଛି ବୁଝିବା ପୂର୍ବରୁ ଆକ୍ରମଣକାରୀମାନେ ଘଟଣା ସ୍ଥଳ ଛାଡ଼ି ଅଟୋ ରିକ୍ସାରେ ସମ୍ବଲପୁର ଆଡ଼କୁ ପଳାଇଥିଲେ। ଆକ୍ରମଣର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ, ସିସିଟିଭି ଫୁଟେଜ ଆଧାରରେ ପୋଲିସ ୨ଟି ଯାକ ଅଟୋ ରିକ୍ସାକୁ ଠାବ କରିବା ସହ କିଛି ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି।

ତେବେ ସେମାନେ କିଏ ଏବଂ ଛାତ୍ରୀଙ୍କ ସହ ଅଟୋରିକ୍ସାରେ କୁଆଡ଼େ ଯାଇଥିଲେ, କ୍ଲାସ କରିବାକୁ ଆସି ଛାତ୍ରୀ ଜଣକ ସେମାନଙ୍କ ସହ କାହିଁକି ଅଟୋରେ ଓହ୍ଲାଇଲେ, ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଆହତ ଯୁବତୀଙ୍କ ପରିବାର ଲୋକେ ମଧ୍ୟ ଏ ନେଇ ମୁହଁ ଖୋଲୁ ନାହାନ୍ତି। ସମ୍ବଲପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.