ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

0

ଢେଙ୍କାନାଳ: ଶୋଇଥିବା ବେଳେ ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ ଗ୍ରାମରେ ଥିବା ଏକ ଫାର୍ମହାଉସରେ। ରବିବାର ଭୋରୁ ଭୋରୁ ଫାର୍ମହାଉସ ମାଲିକ ଶୋଇଥିବା ବେଳେ ଏହି ହତ୍ୟାକଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଗୁଳିମାଡ଼ରେ ଫାର୍ମ ହାଉସ ମାଲିକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି। ସେ ଫାସି ଗାଁ ଶିବମନ୍ଦିର ନିକଟରେ ଫାର୍ମ ହାଉସ କରିଥିଲେ।

ଗୋବିନ୍ଦ ନାୟକ ଗତକାଲି ରାତିରେ ନିଜ ଫାର୍ମ ହାଉସରେ ଶୋଇଥିଲେ। କେହି ଦୃର୍ବୃତ୍ତ ଆସି ଟର୍ଚ୍ଚ ମାରିଥିଲେ। ଏହା ଦେଖି ଗୋବିନ୍ଦ ପାଟି କରିବାରୁ ଦୃର୍ବୃତ୍ତମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏଥିରେ ଗୋବିନ୍ଦ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଗୁଳିମାଡ଼ର କାରଣ ଜଣାପଡିନାହିଁ। ପୂର୍ବ ଶତ୍ରୁତା ନା ଆଉ କିଛି କାରଣ ରହିଛି ସେନେଇ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.