ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା

0

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ନେତ୍ରୀ ଆତିଶୀ ମରଲେନ ହେବେ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା। ରବିବାର ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହେବା ପାଇଁ ଦଳୀୟ ବିଧାୟକମାନେ ଆତିଶୀଙ୍କ ନାଁ ମନୋନୀତ କରିଥିଲେ। ଆଉ ଏହାପରେ ଆତିଶୀ ବନିଛନ୍ତି ଗୃହରେ ପ୍ରଥମ ମହିଳା ବିରୋଧୀ ଦଳ ନେତା। ତେବେ ଆପର ବିଧାୟକମାନେ ଦଳୀୟ ବୈଠକରେ ସର୍ବସମ୍ମତିକ୍ରମେ ଆତିଶୀଙ୍କୁ ବିରୋଧୀ ଦଳ ନେତା ହେବା ପାଇଁ ମନୋନୀତ କରିଥିଲେ।

ଚଳିତ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ବିଜେପି ଆପକୁ କ୍ଷମତାରୁ ହଟାଇ ​​୭୦ ଟି ଆସନରୁ ୪୮ଟି ଜିତିଥିଲା। ୨୦୧୫ ଏବଂ ୨୦୨୦ରେ ବିପୁଳ ବିଜୟ ହାସଲ କରିଥିବା କେଜରିୱାଲଙ୍କ ନେତୃତ୍ୱାଧୀନ ଦଳ ମାତ୍ର ୨୨ ଟି ଆସନରେ ଜିତିଥିବା ବେଳେ ଦିଲ୍ଲୀ ଶାସନ ହରାଇଥିଲେ। ୨୦୨୦ ମସିହାରେ ଦକ୍ଷିଣ ଦିଲ୍ଲୀର କାଲକାଜିରୁ ନିର୍ବାଚିତ ହୋଇଥିବା ଆତିଶୀ ପୂର୍ବତନ ବିଜେପି ସାଂସଦ ରମେଶ ବିଧୁରୀଙ୍କ ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା ପରେ ଫେବୃଆରୀ ୫ ବିଧାନସଭା ନିର୍ବାଚନରେ ​​ତାଙ୍କ ଆସନ ବଜାୟ ରଖିଥିଲେ। ଆଉ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପାଞ୍ଚ ମାସ ପରେ ଜେଲରୁ ମୁକ୍ତ ହେବା ପରେ କେଜ୍ରିୱାଲ ଇସ୍ତଫା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ୪୩ ବର୍ଷୀୟ ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ।

ଫେବୃଆରୀ ୨୪ରୁ ଆରମ୍ଭ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ। ତିନି ଦିନିଆ ଅଧିବେଶନ ସମୟରେ, ଶାସକ ବିଜେପି ସରକାର କହିଛି ଯେ, ପୂର୍ବ ଆପ୍ ସରକାରଙ୍କ କାର୍ଯ୍ୟଦକ୍ଷତା ବିରୁଦ୍ଧରେ ବିଚାରାଧୀନ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ କରାଯିବ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବିରୋଧରେ ଏକ ଦୃଢ଼ ମହିଳା ମୁହଁ ଭାବରେ ତାଙ୍କ ନାମ ପ୍ରସ୍ତାବିତ କରିଛନ୍ତି ଆପ୍ ବିଧାୟକ।

Leave A Reply

Your email address will not be published.