ପ୍ରମୁଖ ଖବର

ବାତ୍ୟା ଆଶଙ୍କା: ମାଲକାନଗିରିରେ ୧୯ ଓ ୨୦ରେ ସ୍କୁଲ୍‌, କଲେଜ ଛୁଟି
ଆଇପିଏଲ୍‌ରୁ ସନ୍ନ୍ୟାସ ନେଲେ ଧୋନି
ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓଏଫଡିସି ଅଧ୍ୟକ୍ଷ ଦାୟିତ୍ୱ
ଦିଲ୍ଲୀରେ ପୁରୁଣା କୋଠାର ଛାତ ଭୁଶୁଡ଼ି ୨ ମୃତ, ୪ ଆହତ
ସରକାରୀ କର୍ମଚାରୀଙ୍କ ୩% ବଢ଼ିଲା ମହଙ୍ଗା ଭତ୍ତା, ଏବେ ମିଳିବ ୬୩%
ଶୀତ ଅଧିବେଶନ ପାଇଁ କଡ଼ା ସୁରକ୍ଷା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

0

ଢେଙ୍କାନାଳ: ଶୋଇଥିବା ବେଳେ ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ ଗ୍ରାମରେ ଥିବା ଏକ ଫାର୍ମହାଉସରେ। ରବିବାର ଭୋରୁ ଭୋରୁ ଫାର୍ମହାଉସ ମାଲିକ ଶୋଇଥିବା ବେଳେ ଏହି ହତ୍ୟାକଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଗୁଳିମାଡ଼ରେ ଫାର୍ମ ହାଉସ ମାଲିକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି। ସେ ଫାସି ଗାଁ ଶିବମନ୍ଦିର ନିକଟରେ ଫାର୍ମ ହାଉସ କରିଥିଲେ।

ଗୋବିନ୍ଦ ନାୟକ ଗତକାଲି ରାତିରେ ନିଜ ଫାର୍ମ ହାଉସରେ ଶୋଇଥିଲେ। କେହି ଦୃର୍ବୃତ୍ତ ଆସି ଟର୍ଚ୍ଚ ମାରିଥିଲେ। ଏହା ଦେଖି ଗୋବିନ୍ଦ ପାଟି କରିବାରୁ ଦୃର୍ବୃତ୍ତମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏଥିରେ ଗୋବିନ୍ଦ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଗୁଳିମାଡ଼ର କାରଣ ଜଣାପଡିନାହିଁ। ପୂର୍ବ ଶତ୍ରୁତା ନା ଆଉ କିଛି କାରଣ ରହିଛି ସେନେଇ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.