ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଆତିଶୀଙ୍କ ସମେତ ୧୨ ଆପ୍ ବିଧାୟକ ସସ୍‌ପେଣ୍ଡ

0

ନୂଆଦିଲ୍ଲୀ: ଗୃହରେ ହଟ୍ଟଗୋଳ କରିବାରୁ ୨୨ ଆପ୍ ବିଧାୟକଙ୍କୁ ଦିନକ ପାଇଁ ସସପେଣ୍ଡ କଲେ ବାଚସ୍ପତି। ଦିଲ୍ଲୀ ବିଧାନସଭା ଅଧିବେଶନର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆମ ଆଦମୀ ପାର୍ଟି ବିଧାୟକମାନେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଉପ-ରାଜ୍ୟପାଳ ଭି କେ ସାକ୍ସେନା ଅଭିଭାଷଣ ରଖିଥିଲେ। ଏହି ସମୟରେ ଆପର ବିଧାୟକମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଅଭିଭାଷଣରେ ବାଧା ସୃଷ୍ଟି କରିଥିଲେ।

ଗୃହରେ ଉପ-ରାଜ୍ୟପାଳ ବିନୟ ସକ୍ସେନାଙ୍କ ଅଭିଭାଷଣ ସମୟରେ ‘ମୋଦି-ମୋଦି’ ନାରା ଦିଆଯାଇଥିଲା। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭଗତ ସିଂ ଏବଂ ବି.ଆର. ଆମ୍ବେଦକରଙ୍କ ଫଟୋ ହଟାଇବା ବିରୋଧରେ ପ୍ରତିବାଦ କରୁଥିବା ଆମ ଆଦମୀ ପାର୍ଟିର ବିଧାୟକମାନଙ୍କୁ ଲଗାତାର ନିଲମ୍ବିତ କରାଯାଉଛି। ଗୃହରୁ ବାହାରକୁ ଆସିବା ପରେ ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି, ଭାଜପା ଆମ୍ବେଦକରଙ୍କ ଫଟୋକୁ ମୋଦିଙ୍କ ଫଟୋରେ ବଦଳାଇ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିଧାନସଭା, କର୍ମୀ କାର୍ଯ୍ୟାଳୟ ସବୁଠି ଫଟୋ ପରିବର୍ତ୍ତନ କରାଯାଇଛି। ଆପଣ ଅହଂକାରୀ ହୋଇଯାଇଛନ୍ତି। ଆପଣ କ’ଣ ଭାବୁଛନ୍ତି ନରେନ୍ଦ୍ର ମୋଦି ଆମ୍ବେଦକରଙ୍କ ସ୍ଥାନ ନେବେ? ଆମେ ଏହା ହେବାକୁ ଦେବୁ ନାହିଁ।

ଆପ୍ ବିଧାୟକମାନେ ଶାନ୍ତ ରହିବାକୁ ବାଚସ୍ପତି ବିଜେନ୍ଦର ଗୁପ୍ତା ବାରମ୍ୱାର ଅନୁରୋଧ କରିଥିଲେ। କିନ୍ତୁ ସେମାନେ ବାଚସ୍ପତିଙ୍କ ଅନୁରୋଧକୁ ଖାତିର୍ କରିନଥିଲେ। ବରଂ ଅଧିକ ଜୋରରେ ସ୍ଲୋଗାନ ଦେଇଥିଲେ। ତେଣୁ ବାଚସ୍ପତି ବାଧ୍ୟ ହୋଇ ଆପର ୨୨ ଜଣ ବିଧାୟକଙ୍କୁ ଦିନକ ପାଇଁ ସସପେଣ୍ଡ କରିଥିଲେ। ବିରୋଧୀ ଦଳ ନେତ୍ରୀ ଆତିଶୀ ବି ସସପେଣ୍ଡ ହୋଇଛନ୍ତି। ସସପେଣ୍ଡ ହେବା ପରେ ବିଧାନସଭା ବାହାରକୁ ଆସି ଆପ୍ ବିଧାୟକମାନେ ଧାରଣା ଦେଇଛନ୍ତି।

Leave A Reply

Your email address will not be published.