ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ଆତିଶୀଙ୍କ ସମେତ ୧୨ ଆପ୍ ବିଧାୟକ ସସ୍‌ପେଣ୍ଡ

0

ନୂଆଦିଲ୍ଲୀ: ଗୃହରେ ହଟ୍ଟଗୋଳ କରିବାରୁ ୨୨ ଆପ୍ ବିଧାୟକଙ୍କୁ ଦିନକ ପାଇଁ ସସପେଣ୍ଡ କଲେ ବାଚସ୍ପତି। ଦିଲ୍ଲୀ ବିଧାନସଭା ଅଧିବେଶନର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆମ ଆଦମୀ ପାର୍ଟି ବିଧାୟକମାନେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଉପ-ରାଜ୍ୟପାଳ ଭି କେ ସାକ୍ସେନା ଅଭିଭାଷଣ ରଖିଥିଲେ। ଏହି ସମୟରେ ଆପର ବିଧାୟକମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଅଭିଭାଷଣରେ ବାଧା ସୃଷ୍ଟି କରିଥିଲେ।

ଗୃହରେ ଉପ-ରାଜ୍ୟପାଳ ବିନୟ ସକ୍ସେନାଙ୍କ ଅଭିଭାଷଣ ସମୟରେ ‘ମୋଦି-ମୋଦି’ ନାରା ଦିଆଯାଇଥିଲା। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭଗତ ସିଂ ଏବଂ ବି.ଆର. ଆମ୍ବେଦକରଙ୍କ ଫଟୋ ହଟାଇବା ବିରୋଧରେ ପ୍ରତିବାଦ କରୁଥିବା ଆମ ଆଦମୀ ପାର୍ଟିର ବିଧାୟକମାନଙ୍କୁ ଲଗାତାର ନିଲମ୍ବିତ କରାଯାଉଛି। ଗୃହରୁ ବାହାରକୁ ଆସିବା ପରେ ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି, ଭାଜପା ଆମ୍ବେଦକରଙ୍କ ଫଟୋକୁ ମୋଦିଙ୍କ ଫଟୋରେ ବଦଳାଇ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିଧାନସଭା, କର୍ମୀ କାର୍ଯ୍ୟାଳୟ ସବୁଠି ଫଟୋ ପରିବର୍ତ୍ତନ କରାଯାଇଛି। ଆପଣ ଅହଂକାରୀ ହୋଇଯାଇଛନ୍ତି। ଆପଣ କ’ଣ ଭାବୁଛନ୍ତି ନରେନ୍ଦ୍ର ମୋଦି ଆମ୍ବେଦକରଙ୍କ ସ୍ଥାନ ନେବେ? ଆମେ ଏହା ହେବାକୁ ଦେବୁ ନାହିଁ।

ଆପ୍ ବିଧାୟକମାନେ ଶାନ୍ତ ରହିବାକୁ ବାଚସ୍ପତି ବିଜେନ୍ଦର ଗୁପ୍ତା ବାରମ୍ୱାର ଅନୁରୋଧ କରିଥିଲେ। କିନ୍ତୁ ସେମାନେ ବାଚସ୍ପତିଙ୍କ ଅନୁରୋଧକୁ ଖାତିର୍ କରିନଥିଲେ। ବରଂ ଅଧିକ ଜୋରରେ ସ୍ଲୋଗାନ ଦେଇଥିଲେ। ତେଣୁ ବାଚସ୍ପତି ବାଧ୍ୟ ହୋଇ ଆପର ୨୨ ଜଣ ବିଧାୟକଙ୍କୁ ଦିନକ ପାଇଁ ସସପେଣ୍ଡ କରିଥିଲେ। ବିରୋଧୀ ଦଳ ନେତ୍ରୀ ଆତିଶୀ ବି ସସପେଣ୍ଡ ହୋଇଛନ୍ତି। ସସପେଣ୍ଡ ହେବା ପରେ ବିଧାନସଭା ବାହାରକୁ ଆସି ଆପ୍ ବିଧାୟକମାନେ ଧାରଣା ଦେଇଛନ୍ତି।

Leave A Reply

Your email address will not be published.