ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ପ୍ରେମିକା ସହ ନିଜ ପରିବାରର ୬ ଜଣଙ୍କୁ ହତ୍ୟା କଲେ ଯୁବକ

0

କେରଳ: କେରଳର ଥିରୁଭାନନ୍ତପୁରମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ପ୍ରେମିକା ସହ ନିଜ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି ଯୁବକ। କେରଳର ଥିରୁଅନନ୍ତପୁରମରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବେଞ୍ଜାରାମୁଡୁ ନିକଟ ପେରୁମାଲାରେ ରହୁଥିବା ୨୩ ବର୍ଷୀୟ ଅଫାନ ୬ ଜଣଙ୍କୁ ମାରିବା ପରେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ପୁଲିସ୍‌କୁ ସେ ତାଙ୍କ ମା’ ଓ ଭାଇଙ୍କ ସମେତ ୬ ଜଣଙ୍କୁ ହତ୍ୟା କରିଥିବା କହିଥିଲେ। ସେ ସମସ୍ତଙ୍କୁ ହାତୁଡ଼ିରେ ପିଟି ଚାପଡ଼ରେ ହାଣି ମାରିଦେଇଛନ୍ତି । ନିଜ ମା’, ଜେଜେ ମା’, ନାବାଳକ ଭାଇ, ଦାଦା, ଉଭଣୀଙ୍କ ସହ ପ୍ରେମିକାଙ୍କୁ ହତ୍ୟା କରିଦେଇଛନ୍ତି। ସେ ନିଜେ ମଧ୍ୟ ମୂଷା ମରା ଔଷଧ ଖାଇ ଦେଇଥିବା ଜଣାଇଥିଲେ। ହତ୍ୟା ପରେ ଥାନାରେ ଯୁବକ ଆତ୍ମସମର୍ପଣ କରିଛନ୍ତି। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଅଫାନ ୬ ଜଣଙ୍କୁ ମାରିଛନ୍ତି। ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ୩ଟି ସ୍ଥାନରୁ ଜବତ କରାଯାଇଛି। ଅଭିଯୁକ୍ତ ଅଫାନ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ବ୍ୟବସାୟରେ କ୍ଷତି ଯୋଗୁ ଅତ୍ୟଧିକ ଋଣ କରିଥିଲେ ଯୁବକ। ଋଣ ଶୁଝିବାକୁ ପରିବାର ଲୋକେ ରାଜି ନ ହେବାରୁ ହତ୍ୟା କରିଥିବା ପୋଲିସକୁ କହିଛନ୍ତି।ଦିନକୁ ଦିନ ପରିବାର ଲୋକ ଓ ଗାର୍ଲଫ୍ରେଣ୍ଡଙ୍କ ଡିମାଣ୍ଡ ଯୋଗୁ ତାଙ୍କ ମୁଣ୍ଡ ଉପରେ ଋଣ ଭାର ବଢ଼ି ଚାଲିଥିଲା। ତେଣୁ ସେ ନିଜ ସହ ସମସ୍ତଙ୍କୁ ମାରିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.