ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

୨୦୨୬ରୁ ବର୍ଷକୁ ୨ ଥର ହେବ ସିବିଏସ୍‌ଇ ଦଶମ ପରୀକ୍ଷା

0

ନୂଆଦିଲ୍ଲୀ: ବର୍ଷକୁ ୨ ଥର ସିବିଏସଇ ମାଟ୍ରିକ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି। ଏନେଇ ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୦୨୬ରୁ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ ସୁପାରିସ କରିଛି। ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ହୋଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ସିବିଏସଇ।

ସିବିଏସଇ ଦଶମ ପରୀକ୍ଷା ଦୁଇଥର କରିବାକୁ ନେଇ ଚିଠାନୀତି ପ୍ରସ୍ତୁତ କରାଯିବ। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷାବିତ୍‌ ଏବଂ ସାଧାରଣ ନାଗରିକ ସିବିଏସଇ ୱେବସାଇଟ୍‌ www.cbse.gov.inକୁ ଲଗିନ୍ କରି ନିଜର ମତାମତ ମାର୍ଚ୍ଚ ୯ସୁଦ୍ଧା ପ୍ରେରଣ କରିପାରିବେ।ବିଭିନ୍ନ ସୋପାନରୁ ଆସିଥିବା ମତାମତକୁ ସିବିଏସଇ ବିଚାର କରି ଦୁଇଟି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ମଙ୍ଗଳବାର ସିବିଏସଇ ପକ୍ଷରୁ ଏକ ନୋଟିସ୍‌ ଜାରି କରାଯାଇଛି।

ଶିକ୍ଷାବର୍ଷ ୨୦୨୬ରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଫେଜ୍ ଫେବୃଆରୀ ୧୭ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ। ଏହି ଫେଜ୍‌ର ପରୀକ୍ଷା ଫଳ ଏପ୍ରିଲ ୨୦ରେ ପ୍ରକାଶ ପାଇବ। ଦ୍ବିତୀୟ ଫେଜ୍ ପରୀକ୍ଷା ମେ ୫ରୁ ମେ ୨୦ ପର୍ଯ୍ୟନ୍ତ ଚାଲିବ। ଜୁନ ୩୦ ସୁଦ୍ଧା ଦ୍ବିତୀୟ ଫେଜ୍ ପରୀକ୍ଷା ଫଳ ପ୍ରକାଶ କରାଯିବ। ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧୫ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୧୫ସୁଦ୍ଧା ଏହାର ଫଳ ପ୍ରକାଶ କରାଯିବ।

Leave A Reply

Your email address will not be published.