ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଦିନିକିଆରୁ ଅବସର ଘୋଷଣା କଲେ ଷ୍ଟିଭ୍‌ ସ୍ମିଥ୍‌

0

ନ୍ୟୁଜ ବ୍ୟୁରୋ: ଚମ୍ପିଆନ୍ସ ଟ୍ରଫି ୨୦୨୫ ସେମିଫାଇନାଲରେ ଭାରତଠାରୁ ପରାଜିତ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଦିନିକିଆ କ୍ରିକେଟକୁ ଅଲ୍‌ବିଦା କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଧିନାୟକ ଷ୍ଟିଭ୍ ସ୍ମିଥ୍। ୧୭୦ଟି ଦିନିକିଆ ଖେଳି ଶେଷରେ ବୁଧବାର ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ସ୍ମିଥ୍‌।

ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ପରାସ୍ତ କରି ଭାରତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆର ଅଧିନାୟକ ତଥା ସିନିୟର ଖେଳାଳି ଷ୍ଟିଭ ସ୍ମିଥ ଏହି ପରାଜୟ ପରେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପ୍ୟାଟ କମିନ୍ସଙ୍କ ବଦଳରେ ସ୍ମିଥ ଦଳର ନେତୃତ୍ୱ ନେଉଥିଲେ। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ସ୍ମିଥଙ୍କ ଅବସର ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ୩୫ ବର୍ଷୀୟ ସ୍ମିଥ ଅଷ୍ଟ୍ରେଲିଆ ପକ୍ଷରୁ ୧୬୯ ଦିିନିକିଆ ମ୍ୟାଚ ଖେଳିଛନ୍ତି। ସେ ୪୩.୦୬ ଆଭରେଜରେ ୫୭୨୭ ରନ ସଂଗ୍ରହ କରିଛନ୍ତି। ସେ ୧୨ ଶତକ ଓ ୩୪ ଅର୍ଦ୍ଧଶତକ ମାରିଥିବା ବେଳେ ୧୬୪ ସର୍ବଶ୍ରେଷ୍ଠ ସ୍କୋର ରହିଛି।
ସ୍ମିଥ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ୩ଟି ଇନିଂସରେ ୯୭ ରନ ସଂଗ୍ରହ କରିଛନ୍ତି। ୨ଟି ବିଶ୍ୱକପ ଜିତିବା ମୋ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି। ଏବେ ଯୁବ ପିଢ଼ୀଙ୍କୁ ନେଇ ୨୦୨୭ ବିଶ୍ୱକପ ପାଇଁ ପ୍ରସ୍ତୁତି କରିବା ସମୟ ଉପନୀତ ହୋଇଛି। ବହୁତ ଭାବିଚିନ୍ତି ମୁଁ ଏହି ନିଷ୍ପତି ନେଇଛି ବୋଲି ସ୍ମିଥ କହିଛନ୍ତି।

Leave A Reply

Your email address will not be published.