ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

କେମିତି ରହିବ ଆସନ୍ତା ସାତ ଦିନ ର ପାଣିପାଗ ଆସନ୍ତୁ ଜାଣିବା

0

ଭୁବନେଶ୍ବର: ଏବେ ରାଜ୍ୟ ରେ ଦିନ ତାପମାତ୍ରା ଅଧିକ ରହୁଛି। ଗତ ୨ ଦିନ ଧରି ପଶ୍ଚିମ ଓଡ଼ିଶା ର କିଛି ଅଞ୍ଚଳ ରେ ଦିନ ତାପମାତ୍ରା ୩୮.୦°C ଉପରେ ରହୁଛି। ସେହିପରି ଉପକୂଳ ଓଡ଼ିଶା ରେ ମଧ୍ୟ ଖରା, ଗରମ ଅନୁଭୂତ ହେଉଛି।

ତେବେ ଆସନ୍ତା ୩-୪ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ଏହି ସମୟ ରେ ଦିନ କିଛି ସ୍ଥାନ ରେ ତାପମାତ୍ରା ୧-୨°C କମ୍ ରହିପାରେ। ସେହିପରି ୮ ମାର୍ଚ୍ଚ ପରେ ଦିନ ତାପମାତ୍ରା ୨-୩°C ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଏବଂ ୧୨ ମାର୍ଚ୍ଚ ଠାରୁ ତାପମାତ୍ରା ଆହୁରି ୨-୩°C ବୃଦ୍ଧି ପାଇପାରେ।

ସେହିପରି ଆସନ୍ତା ୪୮ ଘଣ୍ଟା ଯାଏଁ ରାତି ତାପମାତ୍ରା କିଛି ଅଞ୍ଚଳ ରେ ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ତେଣୁ ୫-୬ ତାରିଖ ରେ ରାତି ରେ ବିଭିନ୍ନ ଅଞ୍ଚଳ ରେ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇପାରେ। ୮ ମାର୍ଚ୍ଚ ଠାରୁ ରାତି ତାପମାତ୍ରା ୨-୪°C ଯାଏଁ ବୃଦ୍ଧି ପାଇପାରେ।

ଆସନ୍ତା ୭ ଦିନ ଯାଏଁ ରାଜ୍ୟ ରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସକାଳ ସମୟ ରେ ଉପକୂଳ ଓ ଆଖପାଖ ଜିଲ୍ଲାର କିଛି ଅଞ୍ଚଳ ରେ ହାଲୁକା କୁହୁଡ଼ି ପ୍ରଭାବ ରହିପାରେ। ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.