ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

କେମିତି ରହିବ ଆସନ୍ତା ସାତ ଦିନ ର ପାଣିପାଗ ଆସନ୍ତୁ ଜାଣିବା

0

ଭୁବନେଶ୍ବର: ଏବେ ରାଜ୍ୟ ରେ ଦିନ ତାପମାତ୍ରା ଅଧିକ ରହୁଛି। ଗତ ୨ ଦିନ ଧରି ପଶ୍ଚିମ ଓଡ଼ିଶା ର କିଛି ଅଞ୍ଚଳ ରେ ଦିନ ତାପମାତ୍ରା ୩୮.୦°C ଉପରେ ରହୁଛି। ସେହିପରି ଉପକୂଳ ଓଡ଼ିଶା ରେ ମଧ୍ୟ ଖରା, ଗରମ ଅନୁଭୂତ ହେଉଛି।

ତେବେ ଆସନ୍ତା ୩-୪ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ଏହି ସମୟ ରେ ଦିନ କିଛି ସ୍ଥାନ ରେ ତାପମାତ୍ରା ୧-୨°C କମ୍ ରହିପାରେ। ସେହିପରି ୮ ମାର୍ଚ୍ଚ ପରେ ଦିନ ତାପମାତ୍ରା ୨-୩°C ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଏବଂ ୧୨ ମାର୍ଚ୍ଚ ଠାରୁ ତାପମାତ୍ରା ଆହୁରି ୨-୩°C ବୃଦ୍ଧି ପାଇପାରେ।

ସେହିପରି ଆସନ୍ତା ୪୮ ଘଣ୍ଟା ଯାଏଁ ରାତି ତାପମାତ୍ରା କିଛି ଅଞ୍ଚଳ ରେ ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ତେଣୁ ୫-୬ ତାରିଖ ରେ ରାତି ରେ ବିଭିନ୍ନ ଅଞ୍ଚଳ ରେ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇପାରେ। ୮ ମାର୍ଚ୍ଚ ଠାରୁ ରାତି ତାପମାତ୍ରା ୨-୪°C ଯାଏଁ ବୃଦ୍ଧି ପାଇପାରେ।

ଆସନ୍ତା ୭ ଦିନ ଯାଏଁ ରାଜ୍ୟ ରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସକାଳ ସମୟ ରେ ଉପକୂଳ ଓ ଆଖପାଖ ଜିଲ୍ଲାର କିଛି ଅଞ୍ଚଳ ରେ ହାଲୁକା କୁହୁଡ଼ି ପ୍ରଭାବ ରହିପାରେ। ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.