ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଜୟା ହୋଟେଲ ପରିସରରେ ୧୬୩ ଲାଗୁ

0

ପୁରୀ: ମଟନ ନାଁରେ ଗୋମାଂସ ବିକ୍ରି ଅଭିଯୋଗ ଘଟଣାରେ ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ଜିଲା ପ୍ରଶାସନ। ଏହି ଢ଼ାବାରେ ମଟନ୍ ନାଁରେ ଗୋମାଂସ ରୋଷେଇ କରି ଗ୍ରାହକ ମାନଙ୍କୁ ଦିଆଯାଉଥିଲା।

ଜୟା ଢାବାର ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ପ୍ରଶାସନ ୧୬୩ ଧାରା ଜାରି କରିଛି। ୪ ଜଣରୁ ଅଧିକ ଲୋକେ ଏହି ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ ବୋଲି ଚେତାବନୀ ରହିଛି। ସମ୍ପୂର୍ଣ୍ଣ ଅଞ୍ଚଳକୁ ପୁଲିସ ଘେରାବନ୍ଦୀ କରି ରଖିଛି। କହିରଖୁଛୁ ହିନ୍ଦୁ ସେନା ଜୟା ଢ଼ାବା ସାମ୍ନାରେ ବିକ୍ଷୋଭ କରିବାକୁ ପୂର୍ବରୁ ଚେତାବନୀ ଦେଇଛି।

ସ୍ୱତନ୍ତ୍ର ମଟନ୍ ଖାଦ୍ୟ ପାଇଁ ଜଣାଶୁଣା ଏହି ହୋଟେଲ ପ୍ରତିଦିନ ଶହ ଶହ ଗ୍ରାହକଙ୍କୁ ଆକର୍ଷିତ କରୁଥିଲା। ଯଦିଓ ଅଭିଯୋଗ ଆସୁଥିଲା ଯେ ମଟନ୍ ବଦଳରେ ଗୋମାଂସ ପରିବେଷଣ କରାଯାଉଥିଲା ଏବଂ କେତେକ ସମୟରେ ମଟନ୍ ସହିତ ଗୋମାଂସ ଚର୍ବି ମିଶାଇ ରନ୍ଧା ହେଉଥିଲା।

Leave A Reply

Your email address will not be published.