ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଅଯୋଧ୍ୟା-ବାରଣାସୀକୁ ଗଡିଲା ସ୍ୱତନ୍ତ୍ର ଟ୍ରେନ

0

ବ୍ରହ୍ମପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ବ୍ରହ୍ମପୁରରୁ ଗଡିଲା ସ୍ବତନ୍ତ୍ର ଟ୍ରେନ। ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ରେଳଷ୍ଟେସନରୁ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଗତକାଲି ଟ୍ରେନ ଯାତ୍ରା ଆରମ୍ଭ ହୋଇଛି। ଦକ୍ଷିଣ ଓଡିଶାର ୫ଟି ଜିଲ୍ଲାର ମୋଟ ୮୦୦ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରୁ ବାହାରିଲା ଏହି ଟ୍ରେନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୧୩ ତାରିଖରେ ଏହି ଟ୍ରେନ୍ ବ୍ରହ୍ମପୁରକୁ ପ୍ରତ୍ୟାବର୍ତ୍ତନ କରିବ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ” ବ୍ରହ୍ମପୁର ରେଳଷ୍ଟେସନରୁ ବାହାରିଥିବା ଏହି ସ୍ୱତନ୍ତ୍ର ଟ୍ରେନ ମୋଟ ୮୦୦ ତୀର୍ଥଯାତ୍ରୀଙ୍କୁ ନେଇ ଯାତ୍ରା କରିଛି। ସମାଜରେ ଯେଉଁ ମାନେ ଅର୍ଥନୈତିକ ସ୍ତରରେ ଅନଗ୍ରସର ସେମାନଙ୍କ ଅଧ୍ୟାତ୍ମିକ ଆକାଂକ୍ଷାକୁ ପୂର୍ଣ୍ଣ କରିବା ପାଇଁ ଏହି ପ୍ରଥମ ଟ୍ରେନ ଅଯୋଧ୍ୟା ଓ ବାରଣସୀ ଯାଉଛି । ଆଗକୁ ଆହୁରି ଚାରି ହଜାର ଲୋକଙ୍କୁ ପ୍ରଭୁ ରାମଲାଲାଙ୍କ ଦର୍ଶନ ପାଇଁ ପଠେଇବୁ। ଭଗବାନ ଶ୍ରୀରାମ ସମସ୍ତଙ୍କୁ ଆର୍ଶୀବାଦ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସ୍ୱତନ୍ତର ଟ୍ରେନରେ ଗଞ୍ଜାମ ଜିଲ୍ଲାରୁ ୪୩୮, ଗଜପତିରୁ ୭୨ ଜଣ, କନ୍ଧମାଳରୁ ୯୧ ଜଣ, ବୌଦ୍ଧରୁ ୫୫ ଜଣ, ନୟାଗଡ଼ରୁ ୧୧୯ ଜଣ ବରିଷ୍ଠ ନାଗରିକ ରହିଛନ୍ତି। ସେମାନଙ୍କ ସହଯୋଗ ପାଇଁ ୨୫ ଜଣ ଏସକର୍ଟ ଭାବେ ବିଭିନ୍ନ ଜିଲ୍ଲାରୁ ଏହି ଟ୍ରେନ୍‌ରେ ମୋଟ ୮୦୦ ଜଣ ଯାତ୍ରା କରିଛନ୍ତି।

ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ପାଇଁ ମଧ୍ୟାହ୍ନ, ରାତ୍ର ଭୋଜନ ସମେତ ଜଳପାନ ପାଇଁ ସମସ୍ତ ସୁବ୍ୟବସ୍ଥା ଜାରି ରଖିଛି ଜିଲ୍ଲା ପ୍ରଶାସନ। ତେବେ ବାହାର ରାଜ୍ୟର ତୀର୍ଥସ୍ଥାନ ବୁଲିବାକୁ ଯାଉଥିବାରୁ ବେଶ ଉତ୍ସାହିତ ରହିଥିବା କହିଛନ୍ତି ବରିଷ୍ଠ ନାଗରିକ ମାନେ।

Leave A Reply

Your email address will not be published.