ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

୮ ମାସରେ ‘ମୋ ବସ’ ଘଟାଇଛି ୧୯ ଦୁର୍ଘଟଣା, ନେଇଛି ୬ ଜୀବନ

0

ଭୁବନେଶ୍ବର: ଗତ ୮ ମାସ ଭିତରେ ମୋ ବସ୍ ୧୯ଟି ଦୁର୍ଘଟଣା ଘଟାଇଛି ଏବଂ ମୋ ବସ୍ ଧକ୍କାରେ ୬ଜଣଙ୍କ ଜୀବନ ଯାଇଛି। ୮ ମାସରେ କଟକ, ପୁରୀ ଓ ଭୁବନେଶ୍ୱରରେ ମୋ ବସ୍ ଧକ୍କାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୨୦୨୪ ଜୁନ୍‌‌ଠାରୁ ବର୍ତ୍ତମାନ ପର୍ଯ୍ୟ ନ୍ତ ମୋ ବସ୍ ୧୯ଟି ଦୁର୍ଘଟଣା ଘଟାଇଛି। ମୋ ବସ୍ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ଜଣ ଆହତ ହୋଇଛନ୍ତି। କେବଳ ୨ଟି ଘଟଣାରେ ମୃତକଙ୍କ ପରିବାରକୁ ୩ଲକ୍ଷ ୫ହଜାର ଟଙ୍କା ଦିଆଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି। ବସରେ ଆଡାସ ବା ସ୍ୱୟଂକ୍ରିୟ ଚାଳକ ସହାୟକ ବ୍ୟବସ୍ଥା ଲଗାଇବାକୁ ଯୋଜନା କରାଯାଇଛି। ବାରମ୍ବାର ମୋ ବସ ଦୁର୍ଘଟଣା ବଢିବାକୁ ନେଇ ଡ୍ରାଇଭରଙ୍କୁ କ୍ରୁଟ ପକ୍ଷରୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ଦୁର୍ଘଟଣାର ସମୀକ୍ଷା ପାଇଁ କମିଟି ଗଠନ ହୋଇଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର।
କିଛି ଦିନ ହେଲା ରାଜ୍ୟରେ ବାରମ୍ବାର ମୋ ବସ୍ ଦୁର୍ଘଟଣାକୁ ନେଇ ତେଜୁଛି ଅସନ୍ତୋଷ। କେତେବେଳେ ସ୍କୁଟିକୁ ଘୋଷାଡି ନେଉଛି ତ ଆଉ କେତେବେଳେ ଲୋକଙ୍କ ଉପରେ ମାଡ଼ି ଯାଉଛି । ହେଲେ ସ୍ଥିତି ବଦଳିବାର ନାଁ ନେଉନି। ଯାହାକୁ ନେଇ ଟ୍ୱିନସିଟିରେ ଜନ ଅସନ୍ତୋଷ ବଢିବାରେ ଲାଗିଛି।

Leave A Reply

Your email address will not be published.