ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ପାକିସ୍ତାନରେ ଟ୍ରେନ ହାଇଜାକ

0

୧୨୦ ଯାତ୍ରୀ ପଣବନ୍ଦୀ, ୬ ଯବାନଙ୍କୁ ହତ୍ୟା

ବେଲୁଚିସ୍ତାନ; ପାକିସ୍ତାନରେ ମଙ୍ଗଳବାର ଏକ ଟ୍ରେନ୍ ଅପହରଣ କରିଛନ୍ତି ଆତଙ୍କବାଦୀ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଲୁଚିସ୍ତାନର ମାଚ୍ ଅଞ୍ଚଳରେ କେତେକ ସଶସ୍ତ୍ର ବ୍ୟକ୍ତି କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ୍ ଉପରେ ଆକ୍ରମଣ ହାଇଜ୍ୟାକ୍‌ କରିଛନ୍ତି। କେବଳ ଏତିକି ନୁହେଁ, ବାଲୁଚ ସେନା ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ ରଖିଛି। ବାଲୁଚ ଲିବରେଶନ ଆର୍ମି ସୋସିଆଲ ମିଡିଆରେ ଟ୍ରେନ ଅପହରଣ ସମ୍ପର୍କରେ ସୂଚନା ଦେଇଛି। ଟ୍ରେନରେ ଯାତ୍ରା କରୁଥିବା ୧୨୦ ଜଣ ଯାତ୍ରୀଙ୍କୁ ପଣବନ୍ଦୀ ଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ରହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବେଲୁଚିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ପାକିସ୍ତାନର ଜଣେ ସରକାରୀ ଅଧିକାରୀ ଶାହିଦ ରିନ୍ଦଙ୍କ କହିବା ଅନୁସାରେ, ପାକିସ୍ତାନର ଦକ୍ଷିଣ ପଶ୍ଚିମ ଅଞ୍ଚଳ ବୋଲନ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଜାଫର ଏକ୍ସପ୍ରେସ ନାମକ ଟ୍ରେନଟି କ୍ବେଟାରୁ ପେଶାୱାର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଆଖିବୁଜା ଗୁଳିଚାଳନା କରିଥିଲେ ଆତଙ୍କବାଦୀ। ଫଳରେ ଲୋକୋପାଇଲଟ ଗୁରୁତର ହୋଇଥିଲେ। ଏହାପରେ ଏକ ମରୁଭୂମି ଅଞ୍ଚଳରେ ଟ୍ରେନଟି ଅଟକି ରହିଥିଲା। ସେହି ସମୟରେ ଆତଙ୍କୀମାନେ ଟ୍ରେନକୁ ହାଇଜାକ କରିବା ସହ ଯାତ୍ରୀଙ୍କୁ ପଣବନ୍ଦୀ କରିଛନ୍ତି । ପାହାଡ଼ ଘେରି ରହିଥିବା ଏକ ସୁଡ଼ଙ୍ଗ ନିକଟରେ ଟ୍ରେନଟି ଫସି ରହିଛି। ଏହି ଅଞ୍ଚଳଟି ଏକ ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ଆତଙ୍କବାଦୀମାନଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଏଠାରେ ଆକ୍ରମଣ ଯୋଜନା କରିବା ସେମାନଙ୍କ ପାଇଁ ସହଜ ହୋଇଥାଏ। ଏହି ଅପହରଣ ପାଇଁ ନିଜକୁ ଦାୟୀ କରିବା ସହ ୬ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିବା ଦାବି କରିଛି ବାଲୁଚ ଲିବରେସନ ଆର୍ମି।

Leave A Reply

Your email address will not be published.