ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବାହାହୋଇ ୧୨ ବର୍ଷ ପାଇଁ ବାସନ୍ଦ ହେଲେ ପ୍ରଦୀପ ମାଝୀ

0

କୋରାପୁଟ:ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ ହୋଇଛନ୍ତି। ତାଙ୍କୁ ୧୨ ବର୍ଷ ପାଇଁ ବାସନ୍ଦ କଲା ଭତରା ସମାଜର କେନ୍ଦ୍ରୀୟ କମିଟି।

ସୂଚନା ଅନୁଯାୟୀ, ଗତ ୧୨ ତାରିଖ ଗୋଆର ପଞ୍ଜୀମ କେଡିନା ହାଉସଠାରେ କେନ୍ଦ୍ରାପଡା ଜିଲାର ସୁଶ୍ରୀ ସଙ୍ଗିତା ସାହୁଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ତେବେ ସୁଶ୍ରୀ ସଙ୍ଗୀତା ସାହୁ ଅନ୍ୟ ଜାତିର ହୋଇଥିବାରୁ ପ୍ରଦୀପ ନିଜ ଜାତି ଛାଡି ଅନ୍ୟ ଜାତିରେ ବିବାହ କରିଥିବା ଅଭିଯୋଗ କରିଛନ୍ତି ଆଦିବାସୀ ଭାତରା କେନ୍ଦ୍ରୀୟ କମିଟି। ତେବେ ପ୍ରଦୀପଙ୍କ ଏହି ବିବାହ ଦ୍ୱାରା ନିଜ ସମାଜ ପ୍ରତି ଘୃଣାଭାବ ରଖିଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରୀୟ କମିଟି ସଦସ୍ୟ।

ଏଥିପୂର୍ବରୁ ମଧ୍ୟ ପ୍ରଦୀପ ନିଜ ଭଉଣୀ ସଞ୍ଜୁ ମାଝୀଙ୍କୁ ଏକ ବ୍ରାହ୍ମଣ ପରିବାରରେ କୋଟପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ ବିବାହ କରାଇଥିଲେ। ଏଥିରୁ ପ୍ରଦୀପ ନିଜ ଜାତି ପ୍ରତି ଘୃଣାଭାବ ରଖିଥିବା ଏବଂ ନିଜକୁ ଜଣେ ସର୍ବେସର୍ବା ଭାବୁଥିବା ଅଭିଯୋଗ କରିଛି କେନ୍ଦ୍ରୀୟ କମିଟି। ପ୍ରଦୀପଙ୍କ ଏହି ମାଙ୍ଗଳିକ କାର୍ଯ୍ୟଗୁଡିକ ଅଖିଳ ଭାରତୀୟ ଆଦିବାସୀ ଭାତରାକୁ କୁଠାରାଘାତ କରୁଥିବା ଅଭିଯୋଗ କରି ୧୨ ବର୍ଷ ଯାଏ ନିଜ ଜାତିରୁ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଆଦିବାସୀ ଭତରା ସମାଜ କେନ୍ଦ୍ରୀୟ କମିଟି ତରଫରୁ ପ୍ରକାଶ କରାଯାଇଛି।

ଏହି ବୈଠକରେ ସର୍ବସମ୍ମତି କ୍ରମେ ପ୍ରଦୀପ ମାଝୀ ଏବଂ ତାଙ୍କ ପିତା, ଭାଇ ଭଉଣୀ ସମେତ ସମସ୍ତ ପରିବାରକୁ ୧୨ ବର୍ଷ ପର୍ଯ୍ୟନ୍ତ ଭତରା ସମାଜରୁ ବାସନ୍ଦ କରିଥିବା ନିଷ୍ପତ୍ତି ନିଆଯାଇଥିଲା। ୧୨ ବର୍ଷ ପର୍ଯ୍ୟନ୍ତ ଭତ୍ରା ସମାଜର କୌଣସି ବ୍ୟକ୍ତି ପ୍ରଦୀପ ମାଝୀଙ୍କ ପରିବାରର ଦୁଃଖ ସୁଖରେ ସାମିଲ ହେବେ ନାହିଁ ବୋଲି କମିଟିର ଉପସଭାପତି ଗୋପାଳ ପୂଜାରୀ ଏବଂ ଝରିଗାଁ ବ୍ଲକ ଭତ୍ରା ସମାଜର ସଭାପତି ଟିକଚନ୍ଦ ମାଝୀ କହିଛନ୍ତି।

Leave A Reply

Your email address will not be published.