ପ୍ରମୁଖ ଖବର

‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସୁଦାନରେ ଭୂସ୍ଖଳନ ; ମାଟିରେ ମିଶିଗଲା ପୂରା ଗାଁ, ୧୦୦୦ ଲୋକଙ୍କ ମୃତ୍ୟୁ
ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ
ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳା ଉଦ୍ଧାର
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଆର୍‌ଏସ୍‌ରୁ କେ.କବିତା ସସ୍‌ପେଣ୍ଡ
୪ କୋଟି ଟଙ୍କା ହେରଫେର୍‌ ମାମଲାରେ ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ
ଚୋରି ହୋଇଥିବା ୯୦୦ ଗ୍ରାମ ସୁନା ସହ ୨ କେଜି ରୂପା ଜବତ, ୪ ଗିରଫ
ଥାନାରେ ନାବାଳିକା ଫିନାଇଲ୍ ପିଇବା ଘଟଣା: ପୁରୁଷ ବନ୍ଧୁ ଗିରଫ
ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି

0

ନୟାଗଡ଼: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲାପାଳ ଓ ଏସ୍‌ପି। ଗସ୍ତ ସମୟରେ ନୟାଗଡ଼ର କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବେ ମହାମହିମ।
ସୂଚନା ମୁତାବକ, ରାଷ୍ଟ୍ରପତି ଆସନ୍ତାକାଲି ମଧ୍ୟାହ୍ନ ସାଢେ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ଗସ୍ତ କରିବେ। ସେଠାରେ ପୂଜା କରିବା ପରେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ ଦ୍ରୌପଦି ମୁର୍ମୁ। କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବା ପରେ ରାଷ୍ଟ୍ରପତି ଜଗନ୍ନାଥ ସଂସ୍କୃତିର ମୂଳପୀଠ ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଶବର ରାଜା ବିଶ୍ବାବସୁ ଓ ଲଲିତାଙ୍କ ଜନ୍ମମାଟି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ କାଳିଆପଲ୍ଲୀ ଗ୍ରାମରେ ଶବର ରାଜା ବିଶ୍ବାବସୁଙ୍କ ପୀଠ ପରିଦର୍ଶନ କରିବା ସହ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ। ଶେଷରେ ବିଶ୍ବାବସୁ ଶବର ସମାଜ ଦ୍ବାରା ଆୟୋଜିତ ସାଧାରଣ ସଭାରେ ଯୋଗଦେବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲାପାଳ ଓ ଏସ୍‌ପି। ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ କାରକେଡ ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ନୟାଗଡ଼ ଜିଲ୍ଲାକୁ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଉତ୍ସାହ ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.