ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଚା’ ଦୋକାନକୁ ମାଡ଼ିଗଲା ହାଇୱା, ୩ ମୃତ

0

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା କେ. ବଲାଙ୍ଗ ଥାନା ଅଧୀନ ଜାମୁଡିହି ଟୋଲଗେଟ୍‌ ନିକଟକରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ହାଇଓ୍ବା ଭାରସାମ୍ୟ ହରାଇ ଏକ ଚା’ଦୋକାନ ଭିତରକୁ ମାଡି ଯିବାଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ଚା ଦୋକାନ ମାଲିକ ସମ୍ବାରୀ ମୁଣ୍ଡାରୀ ଏବଂ ଅନ୍ୟ ଟ୍ରକଗୁଡ଼ିକର ଡ୍ରାଇଭରମାନେ ଅଛନ୍ତି। ସନ୍ଧ୍ୟା ପ୍ରାୟ ୭ଟା ବେଳେ କେ ବଲଙ୍ଗା ପୋଲିସ ସୀମା ଅନ୍ତର୍ଗତ ଜାମୁଡିହି ଟୋଲଗେଟ୍ ନିକଟରେ ଘଟିଥିଲା। ଏହି ଦୁର୍ଘଟଣାରେ ସମ୍ବାରୀଙ୍କ ସ୍ୱାମୀ ଏବଂ ଜଣେ ୧୪ ବର୍ଷୀୟା ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ କ୍ଷତିଗ୍ରସ୍ତ ଚା ଦୋକାନରୁ ମୃତଦେହ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ହାଇୱା ମାଡ଼ିଯିବା ଫଳରେ ଚା’ ଦୋକାନ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବାବେଳେ ଦୁର୍ଘଟଣାସ୍ଥଳରେ ଆଉ କିଛି ଫସି ରହିଥିବା ସନ୍ଦେହ କରାଯାଉଛି। ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି। ଭଗ୍ନାବଶେଷ ତଳେ ଫସି ରହିଥିବା ଅନ୍ୟମାନଙ୍କୁ ଏକ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଉରକେଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ତେବେ ଟ୍ରକଟିକୁ ଜବତ କରାଯାଇଥିଲା ବେଳେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଚାଲିଛି।

Leave A Reply

Your email address will not be published.