ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବୁଡିଗଲା ବୁଡ଼ାଜାହାଜ, ୬ ମୃତ, ୯ ଆହତ

0

ମିଶର: ମିଶରର ଲାଲ ସାଗରରେ ଏକ ପର୍ଯ୍ୟଟକ ବୁଡ଼ାଜାହାଜ ବୁଡ଼ିଯିବାରୁ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାଟି ଗୁରୁବାର ଦିନ ହୁରଗାଡା ନିକଟରେ ଘଟିଥିଲା। ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ନଅ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ଅଛି। ୨୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଘଟଣା ପରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଇଜିପ୍ଟର ନୌସେନା, ତଟରକ୍ଷୀ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାଟି ହୁରଗାଡା ବନ୍ଦର ନିକଟରେ ଅପରାହ୍ନ ପ୍ରାୟ ୧ଟା ସମୟରେ ଘଟିଥିଲା।

ମିଶରର ହୁରଗାଡ଼ା ସହର ଉପକୂଳରେ ବୁଡ଼ିଯାଇଥିବା ଏହି ପର୍ଯ୍ୟଟନ ବୁଡ଼ାଜାହାର ନାମ ସିନ୍ଦବାଦ୍ ଥିଲା। ଏହି ଜାହାଜରେ ପ୍ରାୟ ୪୪ ଜଣ ଯାତ୍ରୀ ଥିଲେ। ଏହି ସମସ୍ତ ଯାତ୍ରୀ ରୁଷୀୟ ଥିବା କୁହାଯାଉଛି। ଏହି ଯାତ୍ରୀଙ୍କ ମଧ୍ୟରେ ଶିଶୁ ମଧ୍ୟ ଥିଲେ ବୋଲି ଜଣାପଡିଛି।

Leave A Reply

Your email address will not be published.