ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

କମ୍‌ ରୋଜଗାର ଥିଲେ କଟିବନି ରାସନକାର୍ଡ: ଖାଦ୍ୟ ଯୋଗାଣ ମନ୍ତ୍ରୀ

0

ଭୁବନେଶ୍ବର: ରାସନ୍ କାର୍ଡ ସହ ଇ-କେୱାଇସିକୁ ନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରୋଜଗାର କମ ଥିବା ଲୋକଙ୍କ ରାସନ୍ କାର୍ଡ କଟିବନି, କେବଳ ବଡ଼ ଚାକିରି କରିଥିବା ଲୋକଙ୍କ କାର୍ଡ କଟିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ବିଭାଗର ୩୫୩୭ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିବୃତ୍ତି ରଖିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦ ମାର୍ଚ୍ଚ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ ହଜାର ୩୨୭ ଜଣ ସଫଳ ଭାବେ ଇ-କେୱାଇସି କରିଛନ୍ତି। ରାଜ୍ୟ ବାହାରେ କାମ କରୁଥିବା ୧ ଲକ୍ଷ ୩୯ ହଜାର ୪୯୩ ଜଣ ଇ-କେୱାଇସି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କ ଇ-କେୱାଇସି ଯାଞ୍ଚ ସରିଯାଇଛି। ୪ ଲକ୍ଷ ୩୧ ହଜାର ୮୪୬ ଜଣ ମୃତ ବା ଭୂତ ହିତାଧିକାରୀଙ୍କୁ କଟାଯାଇଛି।

ବିରୋଧୀ ଭୟ କରୁଛନ୍ତି ଯେ, ସମସ୍ତଙ୍କ କାର୍ଡ କଟିଯିବ। କିନ୍ତୁ ଏହା ଭୁଲ୍‌ ଧାରଣା। ପୂର୍ବ ସରକାର ସମୟରେ ସବୁ ଢିଲା ଥିଲା। ଗ୍ରାମାଞ୍ଚଳରେ ୧୦ ହଜାର ଏବଂ ସହରାଞ୍ଚଳରେ ୧୫ ହଜାର ଟଙ୍କା ପାଉଥିବା ଲୋକଙ୍କ ରାସନ କାର୍ଡ ମିଳିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ରାସନ୍ ସାମଗ୍ରୀ ବଣ୍ଟନ ପାଇଁ ସମୟ ନିର୍ଘଣ୍ଟ ଜାରି କରିଛନ୍ତି। ଗ୍ରୀଷ୍ମପ୍ରବାହ ପାଇଁ ସକାଳ ୭ରୁ ୧୦, ସଂଧ୍ୟା ୫ରୁ ୮ଟା ଯାଏ ବଣ୍ଟନ ହେବ। ଏହାସହ ପାନୀୟ ଜଳ, ଓଆରଏସ ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.