ପ୍ରମୁଖ ଖବର

ଫିଲିପାଇନ୍ସରେ ମିସେସ୍ ୟୁନିଭର୍ସ ଗ୍ଲୋବାଲ ବିଜେତା ହେଲେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ମାନସିକ ରୋଗ ବିଶେଷଜ୍ଞ
ଦିଲ୍ଲୀରେ ଏନକାଉଣ୍ଟର: ୪ଗ୍ୟାଙ୍ଗଷ୍ଟାର ନିହତ
ଇଣ୍ଡି ମେଣ୍ଟରେ ହେଲା ବୁଝାମଣା, ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ପୀତବାସ ପଣ୍ଡା ହତ୍ୟା ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱରରେ ହେବ ଆଇଆରସି ଅଧିବେଶନ: ଯୋଗଦେବେ ନୀତିନ ଗଡକରୀ

ଆସନ୍ତାକାଲିଠୁ +୨ ଖାତା ଦେଖା ଆରମ୍ଭ

0

ମେ’ ୧୫ ସୁଦ୍ଧା ରେଜଲ୍ଟ
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍‌ ବୁଧବାର ଠାରୁ +୨ ଖାତା ଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ୩ ଲକ୍ଷ ୯୩ ହଜାର ୬୧୬ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଏକ ସଙ୍ଗେ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୨ ଠାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମେ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ଗୋଟିଏ ଦିନରେ ହିଁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ କରାଯିବ।

ସେ ଆହୁରି କହିଛନ୍ତି ଯେ, ଖାତା ଦେଖା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ସୁବିଧା ଦୃଷ୍ଟିରୁ ନିଜ ଜିଲ୍ଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ଖରାକୁ ଦୃଷ୍ଟିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖା ହେବ। ଅତ୍ୟଧିକ ଖରା ଓ ମୂଲ୍ୟାଙ୍କନ କେନ୍ଦ୍ରର ଦୂରତା ଯୋଗୁ ଯେପରି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସିବା ଅସୁବିଧା ନହେବ ସେଥିପାଇଁ ମୂଲ୍ୟାଙ୍କନ କେନ୍ଦ୍ର ବଢ଼ାଯାଇଛି।

ସେ ଆହୁରି କହିଛନ୍ତି, ଯଦି କୌଣସି ଭୁଲ ନ ଥାଇ ତ୍ରୁଟିପୂର୍ଣ୍ଣ ଭାବେ କେହି ଛାତ୍ର ମାଲପ୍ରାକ୍ଟିସରେ ବୁକ ହୋଇଥିବେ ତେବେ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ। କାଉନସିଲ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀ ନିଜର ପକ୍ଷ ରଖିବେ।

Leave A Reply

Your email address will not be published.