ପ୍ରମୁଖ ଖବର

ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର
ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌
୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ବନ୍ଧୁକ ସହ ୧୦ଟି କଟୁରୀ ଜବତ
ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଟ୍ରାଫିକ୍ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ଲୁଟେରାଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

0

ଯାଜପୁର: ଯାଜପୁର ଜିଲ୍ଲାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଲୁଟ୍ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୌଶଲ୍ୟା ପତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଟିଗିରିଆ ଗାଁରେ।
ସୂଚନା ଅନୁସାରେ ଶୁକ୍ରବାର ରାତିରେ ବୃଦ୍ଧା ଜଣକ ତାଙ୍କ ଝିଅ ସହିତ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍‌ ପାଇଁ ତାଙ୍କ ଘରେ ପଶିଥିଲେ। କିଛି ଶବ୍ଦ ଶୁଣିବାରୁ ବୃଦ୍ଧା ଜଣକ ନିଦରୁ ଉଠିଯାଇ ବାହାରକୁ ଆସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
ପାଟି ଶୁଣି ଝିଅ ବି ଉଠିଯାଇଥିଲା। ମା ଉପରେ ଆକ୍ରମଣ ଦେଖି ଝିଅ ଜୋରରେ ଚିତ୍କାର କରିବାରୁ ପଡ଼ୋଶୀ ଉଠି ଆସିଥିଲେ। ଏହି ସମୟରେ ଡକାୟତ ମାନେ ଫେରାର ହୋଇଯାଇଥିଲେ ହେଲେ ସେତେବେଳକୁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ଲହୁ ଲୁହାଣ କରିସାରିଥିଲେ ଦୁର୍ବୃତ୍ତ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ହେଲେ ବଡ଼ଚଣା ମେଡିକାଲରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ଗତକାଲି ବ୍ୟାଙ୍କରୁ କିଛି ଟଙ୍କା ଉଠାଇଥିଲେ ବୃଦ୍ଧା ଜଣଙ୍କ। ଆଉ ସେହି ଟଙ୍କା ଚୋରି ଉଦ୍ଦେଶ୍ୟରେ ବୃଦ୍ଧାଙ୍କ ଘରେ ଲୁଟେରା ପଶିଥିଲେ ବୋଲି ଅନୁମାନ କରାଯାଉଛି। ବାଲିଚନ୍ଦ୍ରପୁର ପୋଲିସ ଏହାର ତଦନ୍ତ ଚଳାଇଛି।

Leave A Reply

Your email address will not be published.