ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ

0

ଭୁବନେଶ୍ବର: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ଆସନ୍ତା ୧୧ ତାରିଖରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହେବ। କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କଟକ ବାଲିଯାତ୍ରା ପଡିଆରେ ଏହି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ୩ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ଏ ନେଇ ପ୍ରେସମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ। ଏହି ଯୋଜନାରେ ୧ କୋଟି ୩ ଲକ୍ଷ ପରିବାରକୁ ସାମିଲ୍ କରାଯିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା। କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା କିନ୍ତୁ ଏବେ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ।

ସେହିପରି ୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ। ସରକାରୀ କର୍ମଚାରୀ ହୁଅନ୍ତୁ କି ଆଇଟି ଦାଖଲ କରୁଥିଲେ ବି ମିଳିବ। ସମ୍ଭ୍ରାନ୍ତ ପରିବାରର ହୋଇଥିଲେ ମିଳିବ ବୟୋ ବନ୍ଦନା କାର୍ଡ। ଜନସେବା କେନ୍ଦ୍ର କର୍ମଚାରୀ, ଆଶାକର୍ମୀ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ। ଗାଁକୁ ଗାଁ ବୁଲି ହିତାଧିକାରୀଙ୍କୁ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ ବୋଲି କହିଛନ୍ତି ମିକେଶ ମାହାଲିଙ୍ଗ । ଦୁର୍ନୀତି ନ ହେବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉଛି। ପ୍ରଚାର ପ୍ରସାର ପାଇଁ ରାଜ୍ୟ ସ୍ତରୀୟ ଉଦଘାଟନ ଦିନ ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ। ଏଥିରେ ପ୍ରାୟ ୧୦୦୦ ଲୋକଙ୍କୁ କାର୍ଡ ବାଣ୍ଟନ କରାଯିବ। ସଚେତନ ପାଇଁ ୭ ଦିନ ସଚେତନତା ରଥ ବୁଲିବ। ୨ ମାସ ଭିତରେ ନୂଆ କାର୍ଡ ସମସ୍ତଙ୍କ ପାଖରେ ପହଞ୍ଚିବ ଭୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମାହାଲିଙ୍ଗ।

Leave A Reply

Your email address will not be published.