ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଲୁଟେରାଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

0

ଯାଜପୁର: ଯାଜପୁର ଜିଲ୍ଲାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଲୁଟ୍ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୌଶଲ୍ୟା ପତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଟିଗିରିଆ ଗାଁରେ।
ସୂଚନା ଅନୁସାରେ ଶୁକ୍ରବାର ରାତିରେ ବୃଦ୍ଧା ଜଣକ ତାଙ୍କ ଝିଅ ସହିତ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍‌ ପାଇଁ ତାଙ୍କ ଘରେ ପଶିଥିଲେ। କିଛି ଶବ୍ଦ ଶୁଣିବାରୁ ବୃଦ୍ଧା ଜଣକ ନିଦରୁ ଉଠିଯାଇ ବାହାରକୁ ଆସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
ପାଟି ଶୁଣି ଝିଅ ବି ଉଠିଯାଇଥିଲା। ମା ଉପରେ ଆକ୍ରମଣ ଦେଖି ଝିଅ ଜୋରରେ ଚିତ୍କାର କରିବାରୁ ପଡ଼ୋଶୀ ଉଠି ଆସିଥିଲେ। ଏହି ସମୟରେ ଡକାୟତ ମାନେ ଫେରାର ହୋଇଯାଇଥିଲେ ହେଲେ ସେତେବେଳକୁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ଲହୁ ଲୁହାଣ କରିସାରିଥିଲେ ଦୁର୍ବୃତ୍ତ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ହେଲେ ବଡ଼ଚଣା ମେଡିକାଲରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ଗତକାଲି ବ୍ୟାଙ୍କରୁ କିଛି ଟଙ୍କା ଉଠାଇଥିଲେ ବୃଦ୍ଧା ଜଣଙ୍କ। ଆଉ ସେହି ଟଙ୍କା ଚୋରି ଉଦ୍ଦେଶ୍ୟରେ ବୃଦ୍ଧାଙ୍କ ଘରେ ଲୁଟେରା ପଶିଥିଲେ ବୋଲି ଅନୁମାନ କରାଯାଉଛି। ବାଲିଚନ୍ଦ୍ରପୁର ପୋଲିସ ଏହାର ତଦନ୍ତ ଚଳାଇଛି।

Leave A Reply

Your email address will not be published.