ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସାଙ୍ଗକୁ ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କଲା ସାଙ୍ଗ

0

ସମ୍ବଲପୁର: ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଭିସୁଟ୍‌ ଛାତ୍ରୀ ଫିସେରି ପଏଣ୍ଟରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ମାର୍ଚ୍ଚ ୧୩ ତାରିଖରେ ଅଠରହଜାର ସାଇଫନରେ ବୁଡ଼ିଯାଇ ଜଣେ ଭିସୁଟ୍‌ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

ଭିସୁଟ୍‌ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଶେଷବର୍ଷ ଛାତ୍ରୀ ଶାଶ୍ବତୀ ଭୋଇ (୨୦) ଗୁରୁବାର ୭ ଜଣ ସାଙ୍ଗଙ୍କ ସହ ଅପରାହ୍ଣରେ ହୀରାକୁଦ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ଫିସେରି ପଏଣ୍ଟରେ ସେମାନେ ଗାଧୋଉଥିବାବେଳେ ହଠାତ୍‌ ଜଣେ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ଏହାଦେଖି ଶାଶ୍ବତୀ ତୁରନ୍ତ ସାଙ୍ଗକୁ ଉଦ୍ଧାର କରିବାକୁ ଯାଇଥିଲେ, ସାଙ୍ଗଙ୍କୁ ଉଦ୍ଧାର କଲେ କିନ୍ତୁ ସେଠାରେ ଅଧିକ ପାଣି ଥିବାରୁ ନିଜେ ବୁଡ଼ି ଯାଇଥିଲେ। ଅନ୍ୟ ସାଙ୍ଗମାନେ ନିକଟରେ ଥିବା ୩ଜଣ ଯୁବକଙ୍କୁ ସହାୟତା ପାଇଁ ଡାକିଥିଲେ। ସେମାନେ ଆସି ଜଣେ ଛାତ୍ରୀଙ୍କୁ ପାଣିରୁ ବାହାର କରିଥିଲେ, ପରେ ଶାଶ୍ବତୀଙ୍କୁ ପାଣିରୁ ବାହାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଶାଶ୍ବତୀ ବରଗଡ଼ର ପୃଥ୍ୱୀରାଜ ଭୋଇଙ୍କ ଝିଅ ବୋଲି ଜଣାପଡିଛି। ଆଜି ଶାଶ୍ବତୀ ତାଙ୍କ ମା’ଙ୍କୁ ଫୋନକରି ବୁର୍ଲା ଆସିବାକୁ କହିଥିଲେ, କିନ୍ତୁ ସେ ଆସନ୍ତାକାଲି ଯିବି ବୋଲି କହିଥିଲେ।

Leave A Reply

Your email address will not be published.