ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ସାଙ୍ଗକୁ ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କଲା ସାଙ୍ଗ

0

ସମ୍ବଲପୁର: ସାଙ୍ଗଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଭିସୁଟ୍‌ ଛାତ୍ରୀ ଫିସେରି ପଏଣ୍ଟରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ମାର୍ଚ୍ଚ ୧୩ ତାରିଖରେ ଅଠରହଜାର ସାଇଫନରେ ବୁଡ଼ିଯାଇ ଜଣେ ଭିସୁଟ୍‌ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

ଭିସୁଟ୍‌ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଶେଷବର୍ଷ ଛାତ୍ରୀ ଶାଶ୍ବତୀ ଭୋଇ (୨୦) ଗୁରୁବାର ୭ ଜଣ ସାଙ୍ଗଙ୍କ ସହ ଅପରାହ୍ଣରେ ହୀରାକୁଦ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ଫିସେରି ପଏଣ୍ଟରେ ସେମାନେ ଗାଧୋଉଥିବାବେଳେ ହଠାତ୍‌ ଜଣେ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ଏହାଦେଖି ଶାଶ୍ବତୀ ତୁରନ୍ତ ସାଙ୍ଗକୁ ଉଦ୍ଧାର କରିବାକୁ ଯାଇଥିଲେ, ସାଙ୍ଗଙ୍କୁ ଉଦ୍ଧାର କଲେ କିନ୍ତୁ ସେଠାରେ ଅଧିକ ପାଣି ଥିବାରୁ ନିଜେ ବୁଡ଼ି ଯାଇଥିଲେ। ଅନ୍ୟ ସାଙ୍ଗମାନେ ନିକଟରେ ଥିବା ୩ଜଣ ଯୁବକଙ୍କୁ ସହାୟତା ପାଇଁ ଡାକିଥିଲେ। ସେମାନେ ଆସି ଜଣେ ଛାତ୍ରୀଙ୍କୁ ପାଣିରୁ ବାହାର କରିଥିଲେ, ପରେ ଶାଶ୍ବତୀଙ୍କୁ ପାଣିରୁ ବାହାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଶାଶ୍ବତୀ ବରଗଡ଼ର ପୃଥ୍ୱୀରାଜ ଭୋଇଙ୍କ ଝିଅ ବୋଲି ଜଣାପଡିଛି। ଆଜି ଶାଶ୍ବତୀ ତାଙ୍କ ମା’ଙ୍କୁ ଫୋନକରି ବୁର୍ଲା ଆସିବାକୁ କହିଥିଲେ, କିନ୍ତୁ ସେ ଆସନ୍ତାକାଲି ଯିବି ବୋଲି କହିଥିଲେ।

Leave A Reply

Your email address will not be published.