ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଅନ୍ତ୍ୟୋଦୟ ଗୃହ ଯୋଜନାରେ ୧ ଲକ୍ଷ ରୁ ଅଧିକ ହିତାଧିକାରୀ ପାଇବେ ଘର

0

ଭୁବନେଶ୍ବର: ସମସ୍ତ ଯୋଗ୍ୟ ହିତାଧିକାରୀ ପାଇବେ ଘର। ‘ସର୍ଭେ କରାଯିବ। ୨ ମାସ ଭିତରେ ଓ୍ବାର୍କ ଅର୍ଡର ଦିଆଯିବ। ମୋଟ ୧ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଘର।’ କିଛି ଏପରି କହି ଅନ୍ତ୍ୟୋଦୟ ଗୃହ ଯୋଜନାରୁ କେହି ବି ବଞ୍ଚିତ ହେବେନି ବୋଲି ଆଜି ମତ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।

ମନ୍ତ୍ରୀଙ୍କ କହିବାନୁଯାୟୀ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ସର୍ଭେ କରାଯାଇ ୨ମାସ ଭିତରେ ୱାର୍କ ଅର୍ଡ଼ର ଦିଆଯିବ। ଅନ୍ତ୍ୟୋଦୟ ଗୃହ ଯୋଜନାରୁ କେହି ବି ବଞ୍ଚିତ ହେବେନାହିଁ। ଚଳିତବର୍ଷ ୧ ଲକ୍ଷ ୫୯ ହଜାର ଲୋକ ଘର ପାଇବେ। ପୂର୍ବରୁ ଅନ୍ତୋଦୟ ଗୃହ ଯୋଜନାରେ ୫୯,୦୯୩ ଭିନ୍ନକ୍ଷମ, ଅସହାୟଙ୍କୁ ଘର ମିଳିସାରିଛି। ଆଉ ଏକ ଲକ୍ଷ ହିତାଧିକାରୀଙ୍କ ତାଲିକା ମଗାଯାଇଛି। ସେଗୁଡିକୁ ଆସନ୍ତା ୨ ମାସ ଭିତରେ ସର୍ଭେ କରାଯିବ। ଏହା ପରେ ଓ୍ବାର୍କ ଅର୍ଡର ଦିଆଯିବ। ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କୁ ଘର ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।

ଏଥିସହିତ ପାନୀୟ ଜଳ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ସମସ୍ୟା ଉପରେ ମଧ୍ୟ କହିଛନ୍ତି ମନ୍ତ୍ରୀ। ଯେଉଁଠି ପାନୀୟ ଜଳ ସମସ୍ୟା ରହିଛି, ସେହି ଅଂଚଳରେ ଲୋକ ବ୍ଲକ ଅଫିସ ଯାଇ ନିଜର ସମସ୍ୟା କହିଲେ ତୁରନ୍ତ ସମାଧାନ ହେବ ବୋଲି ମତ ରଖିଛନ୍ତି ମନ୍ତ୍ରୀ ରବି ନାଏକ।

Leave A Reply

Your email address will not be published.