ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପୋଲିସ ଏନକାଉଣ୍ଟର କୁଖ୍ୟାତ ବ୍ରାଉନସୁଗାର ମାଫିଆ ଶେଖ ଜାମସେଦ ଗୁରୁତର

0

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି। ନିଶା ମାଫିଆକୁ ଏନକାଉଣ୍ଟର। ଡ୍ରଗସ କାରବାର ବେଳେ ପୋଲିସର ଧରପଗଡ। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦ ଆହତ ହୋଇଛନ୍ତି। କମିଶନରେଟ ପୋଲିସର ସ୍ୱତନ୍ତ୍ର ଅପରାଧ ୟୁନିଟ୍ ଦ୍ୱାରା ଏହି ଅପରେସନ କରାଯାଇଥିଲା।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ବେଆଇନ ଡ୍ରଗ୍ସ କାରବାରର ଜଣେ ପ୍ରମୁଖ ଅପରାଧୀ ଶେଖ ଜାମସେଦଙ୍କୁ ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଘେରାବନ୍ଦୀ କରିଥିଲା। ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିବା ସମୟରେ ଜାମସେଦ ଅଧିକାରୀମାନଙ୍କ ଉପରେ ଗୁଳି ଚଳାଇଥିଲା, ଫଳରେ ପୋଲିସ୍ର ପାଲଟା ଗୁଳି ମାଡ଼ରେ ଜାମସେଦ ଆହତ ହୋଇଛି। ସୂତ୍ର ଅନୁଯାୟୀ, ତାଙ୍କ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଶେଖ ଜାମସେଦଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପର୍ଯ୍ୟବେକ୍ଷଣରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର କିନ୍ତୁ ସ୍ଥିର ରହିଛି।

କମିଶନରେଟ୍ ପୋଲିସ ସୂତ୍ରରୁ ପ୍ରକାଶ ଯେ ଜାମସେଦ ଅନେକ ସମୟ ଧରି ନଜରରେ ଥିଲା ଏବଂ ନିଶା କାରବାରର ଏକାଧିକ ମାମଲାରେ ଜଡିତ ଥିଲା। ଏହି ସଫଳ ଏନକାଉଣ୍ଟର ରାଜ୍ୟରେ ନିଶାଦ୍ରବ୍ୟ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ପୋଲିସ ଘଟଣାସ୍ଥଳରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ବନ୍ଧୁକ ଓ ଗୋଟିଏ ବାଇକ ଜବତ କରିଛି। ପୂର୍ବରୁ ମଧ୍ୟ ଶେଖ ଜାମସେଦ ନାଁରେ ବିଭିନ୍ନ ମାମଲା ରହିଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.