ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଅନ୍ତ୍ୟୋଦୟ ଗୃହ ଯୋଜନାରେ ୧ ଲକ୍ଷ ରୁ ଅଧିକ ହିତାଧିକାରୀ ପାଇବେ ଘର

0

ଭୁବନେଶ୍ବର: ସମସ୍ତ ଯୋଗ୍ୟ ହିତାଧିକାରୀ ପାଇବେ ଘର। ‘ସର୍ଭେ କରାଯିବ। ୨ ମାସ ଭିତରେ ଓ୍ବାର୍କ ଅର୍ଡର ଦିଆଯିବ। ମୋଟ ୧ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଘର।’ କିଛି ଏପରି କହି ଅନ୍ତ୍ୟୋଦୟ ଗୃହ ଯୋଜନାରୁ କେହି ବି ବଞ୍ଚିତ ହେବେନି ବୋଲି ଆଜି ମତ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।

ମନ୍ତ୍ରୀଙ୍କ କହିବାନୁଯାୟୀ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ସର୍ଭେ କରାଯାଇ ୨ମାସ ଭିତରେ ୱାର୍କ ଅର୍ଡ଼ର ଦିଆଯିବ। ଅନ୍ତ୍ୟୋଦୟ ଗୃହ ଯୋଜନାରୁ କେହି ବି ବଞ୍ଚିତ ହେବେନାହିଁ। ଚଳିତବର୍ଷ ୧ ଲକ୍ଷ ୫୯ ହଜାର ଲୋକ ଘର ପାଇବେ। ପୂର୍ବରୁ ଅନ୍ତୋଦୟ ଗୃହ ଯୋଜନାରେ ୫୯,୦୯୩ ଭିନ୍ନକ୍ଷମ, ଅସହାୟଙ୍କୁ ଘର ମିଳିସାରିଛି। ଆଉ ଏକ ଲକ୍ଷ ହିତାଧିକାରୀଙ୍କ ତାଲିକା ମଗାଯାଇଛି। ସେଗୁଡିକୁ ଆସନ୍ତା ୨ ମାସ ଭିତରେ ସର୍ଭେ କରାଯିବ। ଏହା ପରେ ଓ୍ବାର୍କ ଅର୍ଡର ଦିଆଯିବ। ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କୁ ଘର ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।

ଏଥିସହିତ ପାନୀୟ ଜଳ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ସମସ୍ୟା ଉପରେ ମଧ୍ୟ କହିଛନ୍ତି ମନ୍ତ୍ରୀ। ଯେଉଁଠି ପାନୀୟ ଜଳ ସମସ୍ୟା ରହିଛି, ସେହି ଅଂଚଳରେ ଲୋକ ବ୍ଲକ ଅଫିସ ଯାଇ ନିଜର ସମସ୍ୟା କହିଲେ ତୁରନ୍ତ ସମାଧାନ ହେବ ବୋଲି ମତ ରଖିଛନ୍ତି ମନ୍ତ୍ରୀ ରବି ନାଏକ।

Leave A Reply

Your email address will not be published.