ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ହନୁମାନ ଜୟନ୍ତୀରେ ମୁତୟନ ହେବେ ୨୦୦ ପ୍ଲାଟୁନ୍‌ ଫୋର୍ସ

0

ଭୁବନେଶ୍ବର: ରାତିପାହିଲେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ। ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ଶୋଭାଯାତ୍ରା। ପୂଜାର୍ଚ୍ଚନା ଓ ପଣା ବଣ୍ଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶାନ୍ତି ଶୃଙ୍ଖଳାର ସହ କିପରି ହନୁମାନ ଜୟନ୍ତୀ ପାଳନ କରାଯିବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ନଜର ରଖିବ ୬୫୦ ସିସିଟିଭି ଓ ୪୦ ଡ୍ରୋନ।
ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, ସବୁ ଜିଲ୍ଲାରେ ସିସିଟିଭି ୬୫୦ଟି ସ୍ଥାନରେ ଲଗାଯାଇଛି। ୪୦ଟି ଡ୍ରୋନରେ ଲାଇଭ ଟେଲିକାଷ୍ଟ ଜରିଆରେ ନଜର ରଖାଯିବ। ଏଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦ କମ୍ପାନି ସିଏପିଏଫ, ୩ଟି ରାପିଡ ଆକ୍ସନ ଫୋର୍ସ ସହ ୨୦୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

ବାଲେଶ୍ବର ଭଦ୍ରକ, କେନ୍ଦ୍ରାପଡା, ସୁନ୍ଦରଗଡ,ସମ୍ବଲପୁର,ଝାରସୁଗୁଡା,ଭଦ୍ରକ,ରାଉରକେଲା,ଖୋର୍ଦ୍ଧା, କଟକ, ଭୁବନେଶ୍ୱରରେ ବିଶେଷ ଫୋକସ କରାଯାଇଛି। ଏହି ସବୁ ଜିଲ୍ଲାର ମନ୍ଦିରରେ ପୂଜାର୍ଚ୍ଚନା ଓ ଲୋକଙ୍କ ସମାଗମ ଓ ଶୋଭାଯାତ୍ରା ପାଇଁ ପୋଲିସ ବ୍ୟବସ୍ଥା ହୋଇଛି। ଫୋର୍ସ ବ୍ୟାପକ ଭାବେ ମୁତୟନ କରାଯାଇଛି। କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ରହିବାକୁ କୁହାଯାଇଛି। ଜିଲ୍ଲାସ୍ତରରେ କିଭଳି ପ୍ରସ୍ତୁତି ରହିଛି ଏ ସମ୍ପର୍କରେ ରାଜ୍ୟ ପୋଲିସ ମୁଖିଆ ପୋଲିସ ଡିଜି ୱାଇବି ଖୁରାନିଆଙ୍କ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ନେଇଛନ୍ତି। ଭିସି ଜରିଆରେ ବିଶେଷ କରି ଯେଉଁ ସବୁ ହନୁମାନ ଜୟନ୍ତୀ ବଡ଼ ଆକାରରେ ପାଳନ ହୁଏ ସେସବୁ ଜିଲ୍ଲାର ଜିଲ୍ଲାପାଳ ସହ ଜିଲ୍ଲା ଏସପି ଓ ରେଞ୍ଜ ଆଇଜି ଓ ଡିଆଇଜି ସହ ଆରଡିସି ମାନଙ୍କ ସହ ଆଲୋଚନା କରି ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି।

Leave A Reply

Your email address will not be published.