ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ଚିଲ ନେଇଗଲା ଶ୍ରୀମନ୍ଦିର ପତିତପାବନ ବାନା

0

ପୁରୀ: ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ। ପୁରୀ ଶ୍ରୀ ମନ୍ଦିରରେ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ଚାରିପଟେ ବାନା ଧରି ଚିଲଟି ବହୁ ସମୟ ଧରି ଉଡିଥିଲା। କେହି କେହି ଏହି ଦୃଶ୍ୟକୁ ଶୁଭ ବୋଲି କହୁଥିବା ବେଳେ କେହି କେହି ଏହାକୁ ଅଶୁଭ ବୋଲି କହୁଛନ୍ତି। ହେଲେ ମହାପ୍ରଭୁଙ୍କ ନିର୍ଦ୍ଦେଶ ବିନା କିଛି ବି ସମ୍ଭବ ନୁହେଁ। ସାମାନ୍ୟ ପକ୍ଷୀଟାଏ ବାନାକୁ ଧରି ଉଡିବାର ଚିତ୍ର ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।
ଶନିବାର ସନ୍ଧ୍ୟା ୫ଟା ସମୟର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ବାନା ଲଗା କାର୍ଯ୍ୟରେ ଚୂନରା ସେବକମାନେ ଲାଗିଥା’ନ୍ତି। ଆଉ ଠିକ୍ ସେହି ସମୟରେ ଏକ ବଡ଼ ଚିଲ ପତିତପାବନ ବାନାକୁ ଥଣ୍ଟରେ ନେଇ ସମୁଦ୍ର ଆଡ଼କୁ ଉଡ଼ିଯାଇଥିଲା। ଆଉ ମାତ୍ର କିଛି ସମୟ ମଧ୍ୟରେ ଉଭାନ ହୋଇଯାଇଥିଲା।

Leave A Reply

Your email address will not be published.