ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଚିଲ ନେଇଗଲା ଶ୍ରୀମନ୍ଦିର ପତିତପାବନ ବାନା

0

ପୁରୀ: ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ। ପୁରୀ ଶ୍ରୀ ମନ୍ଦିରରେ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ଚାରିପଟେ ବାନା ଧରି ଚିଲଟି ବହୁ ସମୟ ଧରି ଉଡିଥିଲା। କେହି କେହି ଏହି ଦୃଶ୍ୟକୁ ଶୁଭ ବୋଲି କହୁଥିବା ବେଳେ କେହି କେହି ଏହାକୁ ଅଶୁଭ ବୋଲି କହୁଛନ୍ତି। ହେଲେ ମହାପ୍ରଭୁଙ୍କ ନିର୍ଦ୍ଦେଶ ବିନା କିଛି ବି ସମ୍ଭବ ନୁହେଁ। ସାମାନ୍ୟ ପକ୍ଷୀଟାଏ ବାନାକୁ ଧରି ଉଡିବାର ଚିତ୍ର ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।
ଶନିବାର ସନ୍ଧ୍ୟା ୫ଟା ସମୟର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ବାନା ଲଗା କାର୍ଯ୍ୟରେ ଚୂନରା ସେବକମାନେ ଲାଗିଥା’ନ୍ତି। ଆଉ ଠିକ୍ ସେହି ସମୟରେ ଏକ ବଡ଼ ଚିଲ ପତିତପାବନ ବାନାକୁ ଥଣ୍ଟରେ ନେଇ ସମୁଦ୍ର ଆଡ଼କୁ ଉଡ଼ିଯାଇଥିଲା। ଆଉ ମାତ୍ର କିଛି ସମୟ ମଧ୍ୟରେ ଉଭାନ ହୋଇଯାଇଥିଲା।

Leave A Reply

Your email address will not be published.